ପଂଚାୟତ ସମିତିସ୍ତରୀୟ ସମ୍ମିଳନୀ

ଛତ୍ରପୁର,(ଓ୍ବାଇଏନଏସ): ଓଡ଼ିଶାସରକାର  ଦୁଇ ବର୍ଷ ପୂର୍ତ୍ତି ଅବସରରେ  ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଛତ୍ରପୁର ପଞ୍ଚାୟତ ସମିତି ସ୍ତରୀୟ ସମ୍ମିଳନୀ   ଆରମ୍ଭ ହୋଇଛି l ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାଶ ଯୋଗଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ମୁନା ଦାସ,ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡ଼ା.ସ୍ୱାଧୀନ ରଥ ଏବଂ ସମସ୍ତ ପିଆରଆଇ  ମେମ୍ବର ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବ l ଆଜି ବ୍ଳକର ମଙ୍ଗଳ ସମ୍ପ୍ରସାରଣ କାର୍ଯ୍ୟଳୟ ତରଫରୁ ସରକାରଙ୍କ ଏହି ବିଭାଗ ଅନ୍ତର୍ଗତ ସମସ୍ତ ଯୋଜନା ଉପରେ ଷ୍ଟଲ୍ ମାଧ୍ୟମରେ ପ୍ରତିଛବି ସହ ସମସ୍ତ ବିବରଣୀ ଚିତ୍ରଣ କରାଯାଇଥିଲା l ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସମସ୍ତ ଯୋଜନା ଉପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଛତ୍ରପୁର ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ମନ୍ଦାକିନୀ ମହାରଣା ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ l ଶେଷରେ ବ୍ଲକ୍ ଅର୍ଥ ଅଧିକାରୀ ଗିରିସ୍ ଚନ୍ଦ୍ର ମହାରଣା ଅତିଥିଙ୍କ ସମେତ ଉପସ୍ଥିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା,ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ