ରାୟଗଡ଼ା ଏୟାର ବ୍ୟାଗରୁ ମହିଳାଙ୍କ ମୃତଦେହ ଉଦ୍ଧାର
ରାୟଗଡ଼ା,(ଯୋଗେଶ୍ୱର ଦାସ ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଖଳିଗୁଡା ଗ୍ରାମ ନିକଟ ଜାତୀୟ ରାଜପଥ –୩୨୬ କଡ଼ରୁ ଏକ ବଡ଼ ଏ ଏୟାର ବ୍ୟାଗ୍ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ବ୍ୟାଗ୍ରୁ ଅସହ୍ୟ ଦୁର୍ଗନ୍ଧ ବାହାରୁଥିବା ଦେଖ୍ ସ୍ଥାନୀୟ ଏକ କାର୍ ସୋରୁମ୍ର ମ୍ୟାନେଜର ପୋଲିସକୁ ସୂଚନା ଦେଇଥିଲେ ଖବର ପାଇ ରାୟଗଡ଼ା ଏସଡିପିଓ ଗୌରହରି ସାହୁ, ଚାନ୍ଦିଲି ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ଅନ୍ୟାନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ I ପରେ ବ୍ୟାଗ୍ ଖୋଲିବା ପରେ ସେଥିରୁ ଜଣେ ମହିଳାଙ୍କ ମୃତ ଦେହ ମିଳିଥିଲା | ପୋଲିସର ପ୍ରାଥମିକଧ ତଦନ୍ତରୁ ମୃତଦେହରେ ଏକା ଏକାକ ସ୍ଥାନରେ ଆଘାତ ଚିହ୍ନ ଥିବା ଜଣାପଡ଼ିଛି । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବାବେଳେ, ହତ୍ୟା ପରେ ମୃତଦେହକୁ ବ୍ୟାଗ୍ରେ ଭର୍ତ୍ତି କରି ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି I ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳିନଥୁବାବେଳେ, ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ନମୁନା ସଂଗ୍ରହ କରିଛି। ଅଭିଯୁକ୍ତଙ୍କ ସନ୍ଧାନ ପାଇଁ ପୋଲିସ ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଜାତୀୟ ରାଜପଥରେ ଯାତାୟାତ କରିଥିବା ସନ୍ଦେହଜନକ ଗାଡ଼ିଗୁଡ଼ିକର ତଥ୍ୟ ସଂଗ୍ରହ କରୁଛି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ଖେଳି ଯାଇଛି I


