ଜଗନ୍ନାଥ ଏକାଡେମୀ ପକ୍ଷରୁ ବାର୍ଷିକ ଉତ୍ସବ

କାକଟପୁର,(ଶୁଭାଶିଷ ଖଣ୍ଡୁଆଳ): କାକଟପୁରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଜଗନ୍ନାଥ ଏକାଡେମୀ ପକ୍ଷରୁ ବାର୍ଷିକ ଉତ୍ସବ ବୁଧବାର ସଂଧ୍ୟାରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଜଗନ୍ନାଥ ଏକାଡେମୀ ଦ୍ଵାରା ପରିଚାଳିତ ଏସଜିଆଇ ନର୍ସିଂ କଲେଜ୍, ବିଜୁ ପଟ୍ଟନାୟକ ହୋଟେଲ ମ୍ୟାନେଜମେଣ୍ଟ ସ୍କୁଲର ମିଳିତ ଭାବେ ଏହି ଉତ୍ସବ ଅୟୋଜନ କରାଯାଇଥିଲା। ଜଗନ୍ନାଥ ଏକାଡେମୀ ପରିଚାଳନା ନିର୍ଦେଶକ ଜଗନ୍ନାଥ ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସଜିଆଇ ଗ୍ରୁପ ଶିକ୍ଷା ଅନୁଷ୍ଠାନ କୁଳପତି ପ୍ରଫେସର୍ ଆର କେ ସାହୁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସମାଜସେବୀ ରାମକୃଷ୍ଣ ମହାନ୍ତି , ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ ସଂଗ୍ରାମ ଛାଟୋଇ, ଅଧ୍ୟାପକ ଲଲାତେନ୍ଦୁ ସ୍ବାଇଁ, ପ୍ରଶାନ୍ତ କୁମାର ବିଶ୍ବାଳ,କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦିକ୍ଷୀତ, ଶିକ୍ଷାବିତ୍ ସମୀର କୁମାର ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ। ଏଠାରେ ପିଲାମାନଙ୍କୁ ଉନ୍ନତ ଧରଣର ଶିକ୍ଷା ପ୍ରଦାନ ସହ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ପ୍ରାଥମିକ ଶିକ୍ଷା ଠାରୁ କଲେଜ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାକୁ ଗୁରୁତ୍ବ ସହ ନର୍ସିଂ ଓ ହୋଟେଲ୍ ମ୍ୟାନେଜମେଣ୍ଟ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି। ପିଲା ମାନେ ନିଜର ଦକ୍ଷତା ଓ ଶିକ୍ଷାକୁ ସଠିକ୍ ଭାବେ ଗଢି ତୋଳି ଉତ୍ତମ ଚରିତ୍ର ଗଠନ ସହ ନିଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର ସଫଳ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଶତାଧିକ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ