ବିଜେଡି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଧାମନଗର(ଓ୍ବାଇଏନଏସ):  ଧାମନଗର ବ୍ଲକ ବିଜେଡି ପକ୍ଷରୁ ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ବିଫଳତା ଓ ଜନବିରୋଧୀ କାର୍ଯ୍ୟକାଳକୁ ନେଇ ତୀବ୍ର ସମାଲୋଚନା କରାଯାଇଛି। ସରକାରଙ୍କ ବିଫଳତା,ପ୍ରଶାସନିକ ଅରାଜକତା ଓ ଜନବିରୋଧୀ ନୀତି ବିରୁଦ୍ଧରେ ବିଜେଡି ନେତାମାନେ ସ୍ପଷ୍ଟ ମତ ରଖିବା ସହ ବିଭିନ୍ନ ଅଭିଯୋଗର ତଥ୍ୟ ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶର ଧାରା-ଓଡ଼ିଶା ସାରା” କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିରୋଧୀ ଦଳ ଭାବେ ବିଜେଡି ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ସମ୍ମିଳନୀରେ ବକ୍ତାମାନେ ଅଭିଯୋଗ କରିଥିଲେ ଯେ ଧାମନଗର ବ୍ଲକରେ ଜଳସେଚନ ଓ ନଦୀବନ୍ଧ ମରାମତି କାର୍ଯ୍ୟରେ ବ୍ୟାପକ ପିସି କାରବାର ଚାଲିଛି। ଅନେକ ମୁଖ୍ୟ ରାସ୍ତା କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ବେଳେ ମନରେଗା ଯୋଜନାରେ କୋଟି କୋଟି ଟଙ୍କାର ଜାଲ୍ ବିଲ୍ ମାଧ୍ୟମରେ ମହାଘୋଟାଲା ହୋଇଥିବା ଦାବି କରାଯାଇଥିଲା। ଏହା ସହ ଗରିବ ହିତାଧିକାରୀଙ୍କୁ ବଞ୍ଚିତ କରି ଧନୀ ଶ୍ରେଣୀର ଲୋକଙ୍କୁ ଆବାସ ଯୋଜନା ଓ ରେସନ କାର୍ଡ ବଣ୍ଟନ କରାଯାଉଥିବା ଅଭିଯୋଗ ମଧ୍ୟ ଉଠିଥିଲା।ବିଜେଡି ନେତାମାନେ କହିଥିଲେ ଯେ ତିନି ମାସ ଧରି ଭତ୍ତା ବନ୍ଦ ରହିବା ଯୋଗୁଁ ଜଣେ ବୃଦ୍ଧା ଆତ୍ମହତ୍ୟା କରିଥିବା ବେଳେ ମଣ୍ଡିରେ ଧାନ କଟନୀ-ଛଟନୀ ଓ ଅବ୍ୟବସ୍ଥା କାରଣରୁ ଚାଷୀମାନେ ଗୁରୁତର କ୍ଷତିଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିବାକୁ ବାଧ୍ୟ ହେଉଛନ୍ତି। ଏଥିସହ ଜଣେ ମହିଳା ସରପଞ୍ଚଙ୍କୁ ପୋଲିସ ଓ ଗୁଣ୍ଡାଙ୍କ ଦ୍ୱାରା ନିର୍ଯାତନା ଦିଆଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଉପସ୍ଥାପନ କରାଯାଇଥିଲା।ସରକାର ତୁରନ୍ତ ଏହି ସବୁ ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଜନସାଧାରଣଙ୍କ ହକ୍ ଓ ଅଧିକାର ପାଇଁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି ଦଳ ତରଫରୁ ଚେତାବନୀ ଦେଇଛି। ଆବଶ୍ୟକ ପଡ଼ିଲେ ଧାମନଗର ବ୍ଲକ କାର୍ଯ୍ୟାଳୟ ଏବଂ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଘେରାଉ କରାଯିବ ବୋଲି ନେତାମାନେ କହିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଧୁଷୁରୀ ଜୋନର ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ମଲ୍ଲିକ,ବିଜେଡି ନେତା ଡାକ୍ତର ସଞ୍ଜୟ କୁମାର ଦାସ,ଉମେଶ ମହାନ୍ତି,ଶରତଚନ୍ଦ୍ର ମାଝି,ସୁଶାନ୍ତ ରାଉତ,ନରୋତ୍ତମ ଯେନାଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ “ବିଫଳତାର ଦୁଇ ବର୍ଷ” ବୋଲି ନେତାମାନେ ତୀବ୍ର ସମାଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ