ଅରବିନ୍ଦ ନାୟକ ହେଲେ ଧାମନଗର ବ୍ଲକ କଂଗ୍ରେସ ସଭାପତି

ଧାମନଗର (ଓ୍ବାଇଏନଏସ):  ଧାମନଗର ବ୍ଲକ କଂଗ୍ରେସ ଦଳରେ ଦିର୍ଘ ବର୍ଷ ଧରି ଦେଖାଯାଉଥିବା ସାଙ୍ଗଠନିକ ଦୣବଳତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସାଙ୍ଗଠନିକ ଉପସଭାପତି ସନ୍ତୋଷ ସିଂ ସାଲୁଜା ବିଧିବଦ୍ଧ ଭାବରେ ଅରବିନ୍ଦ ନାୟକଙ୍କ ନାମ ଧାମନଗର ଵ୍ଲକ ସଭାପତି ଭାବେ ଘୋଷଣା କରିବା ସହ ଭଦ୍ରକ ଜିଲ୍ଲା କଂଗ୍ରେସ ଦଳର ସଭାପତି ନଳିନୀକାନ୍ତ ମହାନ୍ତିଙ୍କୁ ଏକ ଚିଠି ମାଧ୍ୟମରେ ଅବଗତ କରାଯାଇଛି।ବ୍ଲକ ସଭାପତି ଭାବେ ଅରବିନ୍ଦ ନାୟକଙ୍କୁ ଦାୟିତ୍ୱ ମିଳିଥିବାରୁ ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ନୂତନ ଦାୟିତ୍ୱ ପାଇବା ପରେ କଂଗ୍ରେସ ଦଳର କର୍ମୀମାନେ ଅରବିନ୍ଦ ନାୟକଙ୍କୁ ତାଙ୍କ ବାସ ଭଵନରେ ଭେଟି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। ଦଳର ବରିଷ୍ଠ ନେତା ଓ କର୍ମୀମାନେ ତାଙ୍କ ନେତୃତ୍ୱରେ ଧାମନଗରରେ କଂଗ୍ରେସ ସଂଗଠନ ଅଧିକ ସୁଦୃଢ଼ ଓ ସକ୍ରିୟ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।ଦୀର୍ଘ ଦିନ ଧରି କଂଗ୍ରେସ ସଂଗଠନ ସହ ଜଡିତ ରହି ଦଳ ପାଇଁ ନିସ୍ବାର୍ଥପର ଭାବେ କାର୍ଯ୍ୟ କରିଆସୁଥିବା ଅରବିନ୍ଦ ନାୟକ ନିଜର ସାଂଗଠନିକ ଦକ୍ଷତା ଓ ନେତୃତ୍ୱ  ପାଇଁ ଏହି ଦାୟିତ୍ୱ ପାଇଥିବା କୁହାଯାଉଛି। ନୂତନ ଦାୟିତ୍ୱ ପାଇବା ପରେ ସେ ଦଳର ନୀତି, ଆଦର୍ଶକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ତୃଣମୂଳ ସ୍ତରରେ କିପରି ସଂଗଠନକୁ  ମଜବୁତ କରିହେଵ ତାହା ମୋର ପ୍ରଥମ ଲକ୍ଷ୍ୟ ହେବ ବୋଲି ଗଣମାଧ୍ୟମକୁ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ