କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବି

ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଏଥିପାଇଁ ଗଠିତ ଜିଲ୍ଲାସ୍ତରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ ଗତ ବୈଠକର ବିବରଣୀ ପାଠ କରିଥିଲେ। ସଭାପତି ଡ. ପଣ୍ଡା ଗତ ମାସ ତା୨୦-୦୫-୨୦୨୬ ରିଖରେ ଔପଦା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଗଣସଚେତନତା ସଭା ବହୁ ସଭ୍ୟ / ସଭ୍ୟାଙ୍କ ଉପସ୍ଥିତିରେ ହୋଇଥିଲା। ପଞ୍ଚାୟତ ସମିତି ବୈଠକରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଓ ମାନ୍ୟବର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ତଥା ବୈଠକରେ ଉପସ୍ଥିତ ଥିବା ଉପାଧ୍ୟକ୍ଷ ଓ ଅଧ୍ୟକ୍ଷଙ୍କ ସମେତ ସମସ୍ତ ସମିତି ସଭ୍ୟ ଗହଣରେ ବି.ଡି.ଓ.ଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବାଲେଶ୍ୱରର ଏହି ନ୍ୟାଯ୍ୟ ଦାବିର ଏକ ସ୍ମାରକପତ୍ର ଦିଆଯାଇଥିଲା ବୋଲି ପ୍ରକାଶ କଲେ। ଇତିମଧ୍ୟରେ ବାଲେଶ୍ୱର ଜିଲ୍ଲାପରିଷଦ ଅଧ୍ୟକ୍ଷ ସହିତ ସଭାପତି ଡ. ପଣ୍ଡା ସାକ୍ଷାତ କରି ଜିଲ୍ଲାର ସମସ୍ତ ସମିତି ଓ ପଞ୍ଚାୟତର ବୈଠକମାନଙ୍କରେ କୃଷି ବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବ ବ୍ୟବସ୍ଥା କରିବା ନିମିତ୍ତ ଅନୁରୋଧ କରିଥିଲେ। ସେ ମଧ୍ୟ ଏଥିପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଭାବେ ବାହାନଗା ବ୍ଲକ୍‌ରେ ଗଣଧାରଣା କରାଇବା, ଜିଲ୍ଲା ଯୋଜନାବୋର୍ଡ଼ ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବା ଓ ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ଜୋନାଲ୍ ବୈଠକମାନ ଏବଂ ସାଙ୍ଗଠନିକ ବୈଠକ କରିବା ନିମିତ୍ତ ସ୍ଥିର କରାଗଲା ଏବଂ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହ ସାକ୍ଷାତ ଆଲୋଚନା କରି ଆଗାମୀ ବିଧାନସଭା ଅଧିବେଶନରେ ଆମର ଦାବି ଉଠାଇବାକୁ ଅନୁରୋଧ କରିବା ପ୍ରସ୍ତାବ ନିଆହେଲା।
ବରିଷ୍ଠ ସଭ୍ୟ ଡ. କ୍ଷିତୀଶ୍ୱର ଦାଶ, ମାୟାଧର ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ଅନ୍ୟତମ ଉପସଭାପତି ଗୋବିନ୍ଦ ଚନ୍ଦ୍ର ଭୋଇ, ଡ. କାଳୀପଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମତ୍ସ୍ୟବିଜ୍ଞାନ କଲେଜ୍ ପ୍ରତିଷ୍ଠା ନିମନ୍ତେ ଉଦ୍ୟମ, ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ପୁନଃ ସାକ୍ଷାତ ଆଲୋଚନା ଇତ୍ୟାଦି କୃଷିବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ବୈଠକରେ ଲକ୍ଷ୍ମଣ ଚରଣ ବିଶ୍ୱାଳ, ରବିନାରାୟଣ ଭୋଳ, ସୁରେନ୍ଦ୍ର ପ୍ରସାଦ ଦୀକ୍ଷିତ, ଅକ୍ଷୟ କୁମାର ତ୍ରିପାଠୀ, ମାୟାଧର ବିଶ୍ୱାଳ, ରବି କୁମାର ପାଣିଗ୍ରାହୀ, ଡା. ତାରାକାନ୍ତ ନନ୍ଦ, ସୀତାରାମ ପ୍ରଧାନ ଓ ପୁରୁଷୋତ୍ତମ ବେହେରା ପ୍ରଭୃତି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଉପସଭାପତି ହରନାରାୟଣ ମଢ଼ୁଆଳ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ