ଧର୍ମପରାୟଣ ମହିଳା ଧୀର ନାୟକଙ୍କ ବିୟୋଗ
ନାଉଗାଁ, (ପ୍ରଦୋଷ ମହାନ୍ତି):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କାନୁନଗୋସାହି ର ଧର୍ମପରାୟଣ ମହିଳା ଧୀର ନାୟକ (୮୦) ଙ୍କର ପରଲୋକ ଘଟିଛି। ସେ ନିତ୍ୟ ଚୈତନ୍ୟ ଦାସ (ମଣ୍ଟୁ ବାବା) ଙ୍କ ମା’ ଥିଲେ। ସେ ସାରା ଅଞ୍ଚଳରେ ଧୀର ବୋଉ ଓ ଫୁଲ ମା ବୋଲି ପରିଚିତ ଥିଲେ । ତାଙ୍କ ନିଜର ସରଳ, ଧାର୍ମିକ ଓ ପରୋପକାରୀ ଜୀବନଶୈଳୀ ପାଇଁ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ତାଙ୍କର ଗତ ୨୨ ତାରିଖ ସୋମବାର ରାତ୍ରି ୧୧ଟା ୧୫ ମିନିଟ ସମୟରେ ପରଲୋକ ଘଟିଥିଲା । ଗାଆଁ ଶ୍ମାଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସାନପୁଅ ହେମନ୍ତ ନାୟକ ମୁଖାଗ୍ନି ଦେଇ ଥିଲେ। ତାଙ୍କ ବିୟୋଗରେ ନାଉଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ବିଧାୟକ ଅମରେନ୍ଦ୍ର ଦାସ , ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ଡ଼ା ଲଲାଟେନ୍ଦୁ ମହାପାତ୍ର, ପ୍ରଶାନ୍ତ କୁମାର ମୁଦୁଲି, ଜ୍ୟୋତିଷ ଚନ୍ଦ୍ର ଦାସ, ସ୍ୱାସ୍ୱତ ରଞ୍ଜନ ନାୟକ, ସୁନୀଲ କୁମାର ମାଟିଆ,କ୍ରିଷ୍ଣାନନ୍ଦ ସାହୁ , ଆଲୋକ ମହାନ୍ତି, ସରୋଜ କୁମାର ଲେଙ୍କା, ମନୋଜ ନାୟକ, ଅନିଲ ଲେଙ୍କା, ସମୀର ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ।


