ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରାବାର ନିରୋଧ ଦିବସ
କଟକ, (ଓ୍ବାଇଏନଏସ): ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଅବକାରୀ ବିଭାଗର ମିଳିତ ସହଯୋଗରେ ଆଜି ଜିଲ୍ଳାସ୍ତରୀୟ “ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ, ୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ, ଏକ ନିଶା ମୁକ୍ତି ରଥ, ଶ୍ରୀ ଦିବ୍ୟୋଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଉପ-ଜିଲ୍ଲାପାଳ, ସଦର କଟକ ଏବଂ ଅନ୍ୟାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଥିଲା । ଏହା ପରେ ଜିଲ୍ଲାପାଳଙ୍କ ନୂତନ ସଭାଗୃହରେ ନିଶାରୁ ମୁକ୍ତି ନିମନ୍ତେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାରେ କାର୍ଯ୍ୟରତ ଚାରିଗୋଟି ନିଶାମୁକ୍ତି କେନ୍ଦ୍ରର ଅନ୍ତେବାସୀ ଯଥା: PECUC, ଦେହଳିଆବାଗ / ଗ୍ରାମ୍ୟ ସହାୟ, ହରିରାଜପୁର / OKVIA, ମଧୁପୁରିଆ / NICCD, ବାଙ୍କୀ / ପରିବର୍ତ୍ତନ, ଚୌଦ୍ଵାର ଏବଂ ଅବକାରୀ ବିଭାଗ ଓ ପ୍ରଜାପିତା ବ୍ରହ୍ମ।କୁମାରୀ ଝାଞ୍ଜିରମଙ୍ଗଳାର ସଦସ୍ୟ ବୃନ୍ଦ ଉକ୍ତ ସଭାରେ ଭାଗ ନେଇଥିଲେ । ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଫେସର ଜୟନ୍ତ କୁମାର ପଣ୍ଡା, ବ୍ରହ୍ମ କୁମାରୀର ଗୀତା ଭଉଣୀ, ଅବକାରୀ ଅଧୀକ୍ଷକ, କଟକ କରୁଣାକର ସିଂହ ତିୱାରୀ,ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ମନୋଜ କୁମାର ରଥ, ଏବଂ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କଟକ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ତତ୍ ସହିତ ନିଶାରୁ ମୁକ୍ତି ରହିବା ନିମନ୍ତେ ଏକ “ଶପଥ ପାଠ” ଗ୍ରହଣ କରାଯାଇଥିଲା ।ଏହାପରେ “ରକ୍ତ ଚରିତ୍ର” ନାମରେ, ଏକ ନୃତ୍ୟ ପରିବର୍ତ୍ତନ ନିଶାମୁକ୍ତି କେନ୍ଦ୍ର, ଚୌଦ୍ଵାର ପିଲାମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା । ସର୍ବଶେଷରେ ଅବକାରୀ ବିଭାଗରେ କାର୍ଯ୍ୟରତ ଶ୍ରୀ କମଳ ଲୋଚନ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।


