ରକ୍ତଦାନ ଶିବିର ଅନୁଷ୍ଠିତ

​ଛତ୍ରପୁର, (ଓ୍ବାଇଏନଏସ): କେନ୍ଦ୍ରଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିବସ ଅବସରରେ ତାଙ୍କର ଖାସ ଅନୁଗତ ବୋଲି କୁହାଯାଉଥିବା  ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଏକ ବିଶାଳ  ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ଅବସରକୁ ସ୍ମରଣୀୟ କରିବା ପାଇଁ ୧୫୦୧ ୟୁନିଟ ରକ୍ତ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଛନ୍ତି ଛତ୍ରପୁର ବିଧାୟକ । ରକ୍ତଦାନ ହିଁ ମହାଦାନ, ଆଉ ଜଣକ ଜୀବନ ବଞ୍ଚାଇବା ଠାରୁ ବଡ଼ ସେବା କିଛି ହୋଇନପାରେ” — ଏହି ବାର୍ତ୍ତାକୁ ନେଇ ଏହି ଶିବିର ଆୟୋଜିତ ହୋଇଥିଲା । ରକ୍ତ ଅଭାବରୁ କାହାରି ଯେପରି ମୃତ୍ୟୁ ନଘଟେ ଏବଂ ଦିନକୁ ଦିନ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ରହୁଛି | ଆଗାମୀ ଦିନରେ ଅଞ୍ଚଳର ରକ୍ତ ଅଭାବ ଦୂର କରିବାରେ ଏବଂ ଜରୁରୀକାଳୀନ ରୋଗୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ ବୋଲି ଛତ୍ରପୁର ବିଧାୟକ ଶ୍ରୀ ନାୟକ କହିଥିଲେ | ଏହାସହ ​କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରାଯାଇଥିଲା ।
​ଯୁବପିଢ଼ିଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖାଦେଇଥିଲା । ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ, ଜିଲ୍ଲା ସମ୍ପାଦକ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ଓ ବସନ୍ତ କୁମାର ବେହେରା, ବ୍ରହ୍ମପୁର ସାଂସଦ ପ୍ରତିନିଧି ରୁଈନା ପଟ୍ଟନାୟକ ଓ ଆର. ସନ୍ତୋଷ ରେଡ୍ଡୀ,ଯୁବ ନେତା ବନୋଜ ନାହାକ, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଯୁବ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ସୋମନାଥ ପାତ୍ର, ସଂଜିତ କୁମାର ରାଉଳ, କାଉନସିଲର ଦେବାଶିଷ ମିଶ୍ର, ମହାରାଜା କୃଷ୍ଣ ଚନ୍ଦ୍ର ନାୟକ,ବିଭୁତି ଭୂଷଣ ସ୍ୱାଇଁ, କଣମଣା ମଣ୍ଡଳ ସଭାପତି ଏନ. ଦିନବନ୍ଧୁ, କେ. ରାମବାବୁଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବହୁ  ସରପଞ୍ଚ, ସମିତି ସଭ୍ୟ / ସଭ୍ୟା,   ଯୁବପିଢ଼ି, ଜନପ୍ରତିନିଧି ମାନେ ଯୋଗଦେଇ ଥିଲେ |ସୂଚନା ଯୋଗ୍ୟ ଗତ ୨୦୨୪ ସାଧାରଣ ନିର୍ବାଚନ ରେ ଛତ୍ରପୁର ବିଧାନସଭା ନିମନ୍ତେ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ନିମନ୍ତେ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ଟିକଟ ଦେବାର ମୁଖ୍ୟ ଭୂମିକା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରହିଥିଲା ବୋଲି ସାଧାରଣ ରେ ଆଲୋଚନା ହୋଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ