ମହାନଦୀରେ ଗାଧୋଇବା ବେଳେ ବୁଡ଼ି ୩ ଛାତ୍ର ନିଖୋଜ

କଟକ, (ଓ୍ବାଇଏନଏସ): କଟକ ମହାନଦୀରେ ଗାଧୋଉଥିବା ବେଳେ ରବିବାର ସନ୍ଧ୍ୟାରେ ୩ଜଣ ଛାତ୍ର ନିଖୋଜ ହୋଇଯାଇଛନ୍ତି। କଟକଜିଲ୍ଲା ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଏହି ଅଘଟଣ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ଛାତ୍ରମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀକୁ କିଛି ଛାତ୍ର ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ସେମାନେ ଗାଧୋଉଥିବା ବେଳେ ଜଳର ଗଭୀରତା ଜାଣିପାରି ନଥିଲେ। ଗଭୀର ପାଣିରେ ପ୍ରବେଶ କରିବା ଯୋଗୁଁ ଜଳର ସ୍ରୋତ ସେମାନଙ୍କୁ ଭସାଇ ନେଇଥିଲେ। ତିନି ଜଣ ସାଙ୍ଗ ହଠାତ ନିଖୋଜ ହୋଇଯିବା ନେଇ ଅନ୍ୟମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି। ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ତେବେ ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ପହଞ୍ଚିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ