ନବୀନ ପଟ୍ଟନାୟକଙ୍କ ନିର୍ବାଚନି ଗ୍ରସ୍ତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରି ନିର୍ବାଚନ ପ୍ରଚାର କରିଛନ୍ତି । ଜିଲ୍ଲାର ୪ ଟି ନିର୍ବାଚନ ମଣ୍ଡଳୀ ଉମରକୋଟ ,ଝରିଗାଁ,ଡାବୁଗାଁ ଏବଂ ନବରଙ୍ଗପୁର ନିର୍ଵାଚନ ମଣ୍ଡଳୀରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ । ସେ ନିଜ ଭାଷଣରେ ଭୋଟର ମାନଙ୍କୁ ବିଜେଡ଼ି ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରିଥିଲେ । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଫଳତା ବିଷୟରେ କହିବା ସହ କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି ଅବହେଳା କୁ ଦାୟୀ କରି କେନ୍ଦ୍ର ଉପରେ ବର୍ଷିଥିଲେ । କେନ୍ଦ୍ର ସରକାର ନବରଙ୍ଗପୁର ଜିଲ୍ଲାକୁ ରେଳ ସଂଯୋଗ କରିବାରେ ଅବହେଳା କରୁଛନ୍ତି । କେବିକେ ଯୋଜନା ଏସ୍ଟି ଏସ୍ସି ଯୋଜନା ମହାନଦୀ ପାଣି କାହିଁକି ବନ୍ଦ କଲେ , ଓଡ଼ିଶାକୁ ମିଳୁଥିବା ବିଭିନ୍ନ ଅନୁଦାନ କାହିଁକି ବନ୍ଦ କଲେ ସେଭଳି ଓଡ଼ିଶାର ଦୈବିଦୁର୍ବିପାକ ବେଳେ କୁଆଡେ ଯାଇଥିଲେ କେନ୍ଦ୍ର ସରକାର , ଏସବୁ ବିଷୟରେ କେନ୍ଦ୍ରକୁ ଜବାବ ମାଗନ୍ତୁ ବୋଲି ନବୀନ ପଟ୍ଟନାୟକ ଲୋକଙ୍କୁ କହିଥିଲେ । ସେଭଳି କାଳିଆ ଯୋଜନାରେ ୪୦ ଲକ୍ଷ ଲୋକଙ୍କୁ ସୁବିଧା କରାଯାଇଛି ଓ ୨୫ ଲକ୍ଷ ଲୋକଙ୍କ ଲିଷ୍ଟ ତିଆରି ହୋଇଛି ବୋଲି କହିଥିଲେ । ଆଗାମୀ ନିର୍ବାଚନରେ ବିଜେଡ଼ି କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଥିଲେ । ନିଜ ଜୀବନ ଥିବାଯାଏଁ ସେ ଲୋକଙ୍କ ସେବା କରିବି ବୋଲି ନବୀନ ପଟ୍ଟନାୟକ କହିଥିଲେ ।


