ବେଆଇନ ବାଲି ପରିବହନ: ୫ ବାଲି ବୋଝେଇ ହାଇୱା ଜବତ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ସୋସୋ ଏବଂ ନନ୍ଦିପଦା ପୋଲିସ ଚଢ଼ାଉ କରି ବେଆଇନ ଭାବେ ବାଲି ପରିବହନ କରୁଥିବା ମୋଟ ୫ଟି ବାଲି ବୋଝେଇ ହାଇୱାକୁ ଅଟକ ରଖିଥିଲେ l ସୋସୋ ପୋଲିସ ୨ଟି ଏବଂ ନନ୍ଦିପଦା ପୋଲିସ ୩ଟି ବାଲି ବୋଝେଇ ହାଇୱାକୁ ଅଟକ ରଖି ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ଏହି ପରିବହନ ଖଣିଜ ପରିବହନ ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ କରୁଥିବା ଜଣାପଡ଼ିଥିଲା। ଫଳରେ ବାଲି ବୋଝେଇ ହାଇୱା ଗୁଡିକୁ ଜବତ କରାଯାଇଥିଲା l ସୋସୋ ଥାନାରେ ଗୋଟିଏ ଏବଂ ନନ୍ଦିପଦା ଥାନାରେ ୩ଟି ଅଲଗା ଅଲଗା ମାମଲା ରୁଜୁ କରାଯାଇଥିବା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା କହିଛନ୍ତି l ଏଥିସହ ଏସଡିପିଓ ପଣ୍ଡା କହିଛନ୍ତି ଯେ ପୋଲିସ ସବୁବେଳେ ବେଆଇନ ଖନନ ଏବଂ ବେଆଇନ ପରିବହନ କାର୍ଯ୍ୟକଳାପ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ