ବନ ମହୋତ୍ସବ ସପ୍ତାହ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ଓଡିଶା ସରକାର ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦେଶ କ୍ରମେ ମୁନିଗୁଡା ବନ ବିଭାଗ ତରଫରୁ ମୁନିଗୁଡା ରେଞ୍ଜର ପ୍ରବୀଣ କୁମାର ଦାସ ତତ୍ୱାବଧାନ ଓ ଫୋରେଷ୍ଟର ପ୍ରୋମଦିନୀ ମଣ୍ଡାଙ୍ଗୀଙ୍କ ସଂଯୋଜନାରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁନିଗୁଡା ବ୍ଲକ ଅନ୍ତର୍ଗତ ଜଗଦଲପୁର ବିଟରେ ଗୁରୁମାଗୁଡ଼ା ସରଂକ୍ଷିତ ଜଙ୍ଗଲ ଲଣ୍ଡା ପାହାଡ଼ ପରିସରରେ ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅତିଥିଭାବେ ଶରଧାପୁର ସରପଞ୍ଚ ଅଭିମନ୍ୟୁ ବାଗ, ୱାର୍ଡ ସଭ୍ୟା ଲଳିତା ପ୍ରଧାନୀ, ଶରଧାପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ସମନ ଶବର ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ପ୍ରଥମେ ଅଁଳା ଗଛରେ ପୂଜାର୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଅତିଥି ମାନେ ନିମ୍ବ,ବଉଳ, କୃଷ୍ଣଚୂଡ଼ା, ଆମ୍ବ,କାଜୁ, ପିସ୍ତା ବାଦାମ ସହ ପରିବେଶକୁ ଉପଯୋଗୀ ଏବଂ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିଥିଲେ l ଏଥିସହ ଅଞ୍ଚଳବାସୀଙ୍କୁ ନିଜ ନିଜ ବାଡ଼ି ବଗିଚାରେ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିବା ସହ ସମସ୍ତେ ବୃକ୍ଷ ରୋପଣ କରି ଜଙ୍ଗଲର ପୁନରୁଦ୍ଧାର ସହ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଡିବ ବୋଲି କହିଥିଲେ ଲ ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଞ୍ଚଳର ତୁଳସୀ, ମହାଲକ୍ଷ୍ମୀ ବିମଳା,ଓମ ସାଇରାମ ସହ ଅନ୍ୟାନ୍ୟ ଏସଏଚଜି ମହିଳା ସଂଘର ସଦସ୍ୟା ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଫୋରେଷ୍ଟର ନମିତା ବିଡିକା, ଫୋରେଷ୍ଟ ଗାର୍ଡ ସୁଭାଷିନୀ ମୁଲି,ଭଗତ ରାଙ୍ଗୁଲି, ସୁରେଣ୍ଟି ଓରାମ, ସୋନାଲି ସ୍ୱାଇଁଙ୍କ ସମେତ ସମସ୍ତ ୱାଇଲଡ ଲାଇଫ ସ୍କ୍ୱାଡ଼ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ