ବନ ମହୋତ୍ସବ ପାଳିତ
ହାଟଡିହି (ଓ୍ବାଇଏନଏସ): ଗୋପିନାଥଜୀଉ ଉଚ୍ଚ ବିଦ୍ୟାଳୟ ଆମ୍ବୋ ଠାରେ ହଦଗଡ଼ ବନପ୍ରାଣୀ ବନାଞ୍ଚଳ ପକ୍ଷରୁ ୩୩ତମ ବନ ମହୋତ୍ସବ ପାଳିତ କରାଯାଇଛି। କେନ୍ଦୁଝର ବନପ୍ରାଣୀ ବନଖଣ୍ଡ ଆନନ୍ଦପୁର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ହଦଗଡ଼ ବନପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ମାର୍ସାଲ କିସ୍କୁଙ୍କ ତତ୍ତ୍ଵାବଧନରେ ଉକ୍ତ ବିଦ୍ୟାଳୟ ପରିସରରେ ଲେମ୍ବୁ ,ପିଜୁଳି , ତାଲିମ୍ବ, ସୁଜୁନା, ପଣସ ଆଦି ୩୦୦ରୁ ଉର୍ଦ୍ଧ୍ଵ ଫଲନ୍ତି ଗଛ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ବିଦ୍ୟାଳୟ ପରିସର ମଧ୍ୟରେ ରୋପଣ କରାଯାଇଥିଲା। ଏହି କା୍ଯ୍ୟକ୍ରମରେ ବନପାଳ ମଳୟ କୁମାର ସାହୁ, ବନରଖି ଶ୍ରୀଯୁକ୍ତ ଜ୍ୟୋତିରଂଜନ ମାଝୀ, ରବୀନ୍ଦ୍ର ନାୟକ ଓ ଜଙ୍ଗଲ ସୁରକ୍ଷା କର୍ମୀ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୀକ ପଦ୍ମନାଭ ଖମାରି, ପ୍ରଣତି ସାହୁ, ଝରଣା ମଲ୍ଲିକ, ସୁଶାନ୍ତ ସାମଲ, ମହେଶ୍ୱର ସାହୁ, ସ୍ବର୍ଣ୍ଣ ପ୍ରଭା ନାୟକ, ଲକ୍ଷ୍ମୀ ପ୍ରିୟା ପରିଡା, ସରୋଜିନୀ ବରାଳ, ସହଦେଵ ପରିଡା, ଲମ୍ବୋଦର ନାୟକ ପ୍ରମୁଖ ସହଯୋଗ କରିଥିଲେ। ଏହି ବନମହୋତ୍ସବ କାଯ୍ୟକ୍ରମ ଜୁଲାଇ ମାସରେ ପ୍ରଥମ ସପ୍ତାହ ଧରି ବିଭିନ୍ନ ସ୍ଥାନରେ ଅନୁକ୍ଷ୍ଟିତ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।


