ଜାଗୁଳାଈ ୟୁଥ କ୍ଲବର ବାର୍ଷିକ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦାସ୍ଥିତ ଜାଗୁଳାଈ ୟୁଥ୍ କ୍ଲବର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ସହ ନୂତନ ରିକ୍ରିଏସନ୍ ସେଣ୍ଟର ଗୃହର ଶୁଭ ଉଦ୍ଘାଟନ ହୋଇ ଯାଇଛି l କ୍ଲବର ପୂର୍ବତନ ସଭାପତି ଧନେଶ୍ୱର ଖିଲାରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ପ୍ରଧ୍ଯାପକ ଡଃ ଗୋଲକ ବିହାରୀ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବାରିକ, ଲକ୍ଷ୍ମୀଧର ସାହୁ, ସମାଜସେବୀ ଗୋପବନ୍ଧୁ ସାହୁ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର କୁମାର ସେଠୀ, କ୍ଲବର ପୂର୍ବତନ ସଂପାଦକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ଚଢେଇ, ପୂର୍ବତନ ସହ ସଂପାଦକ କୃଷ୍ଣ ଚନ୍ଦ୍ର ସାହୁ, ହରିହର ଜେନା, ଦୟାନିଧି ବାରିକ, ୱାର୍ଡ ସଭ୍ଯ ଖଗେଶ୍ୱର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ନିକଟରେ ଗାଁ ବିଦ୍ଯାଳୟରୁ ଅବସର ଗ୍ରହଣ କରିଥିବା ଶିକ୍ଷୟତ୍ରୀ ପ୍ରମିଳା ଧଳ ଏବଂ ଶିକ୍ଷକ ମଳୟ କୁମାର ନାୟକଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଗ୍ରାମରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଯୁବକ, ଯୁବତୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l କ୍ଲବର ସଭାପତି ସୋଭନ କୁମାର ସାହୁଙ୍କ ତତ୍ତାବଧାନରେ ଅନୁଷ୍ଠିତ ଉତ୍ସବରେ ଜଗବନ୍ଧୁ ସାହୁ, କାହ୍ନୁ ସାହୁ, ଶ୍ରୀତମ ଜେନା, ସନ୍ତୋଷ ଖିଲାର, ଜୟନ୍ତ ସାହୁ, ପ୍ରଦୀପ ସାହୁ, ପ୍ରକାଶ ସାହୁ, ଓମ ପ୍ରକାଶ ସାହୁ, ଆକାଶ ସାହୁ, ସୁନୀଳ କୁମାର ସାହୁ, ସତ୍ଯ ରଂଜନ ଖିଲାର(କ), ସତ୍ଯ ରଂଜନ ଖିଲାର(ଖ), ମୈତ୍ରୀ ରଂଜନ ଖିଲାର, ରାଜା ସାହୁ, ରଘୁନାଥ ସାହୁ, ରଂଜନ ସାହୁ, ଦୀପକ ସାହୁ, ସତ୍ଯଜିତ ସାହୁ, ଗୌରାଙ୍ଗ ସାହୁ, କାଳନ୍ଦୀ ସାହୁ, ପ୍ରଶାନ୍ତ ସାହୁ, ରମେଶ ସାହୁ, ରୋହିତ ସାହୁ, ପର୍ଶୁରାମ ଯେନା, ରଶ୍ମି ରଂଜନ ବାରିକ୍, ନିହାର ରଂଜନ ଚଢେଇ, ଉଜ୍ଜ୍ବଳ କୁମାର ସାହୁ, ବିଜୟ ସାହୁ, ପ୍ରଭାତ ସାହୁ, ପ୍ରଦୀପ ବାରିକ୍, ମନ ରଂଜନ ଖିଲାର, ପ୍ରଶାନ୍ତ ଖିଲାର, ରଘୁନାଥ ସାହୁ, ସୌମ୍ୟରଂଜନ ଖିଲାର, ଆଶିଷ ସାହୁ, ଅର୍ଜୁନ ମୁଣ୍ଡା, ରଂଜିତ ସାହୁ, ଦେବଦତ୍ତ ସାହୁ, ଦେବାଶିଷ ସାହୁଙ୍କ ସମେତ ଅନ୍ଯମାନେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ