ନିଳୋକ ହାଇସ୍କୁଲରେ ବନ ମହୋତ୍ସବ ପାଳିତ
ବନ୍ତ(ଚାନ୍ଦିନୀ ମହାନ୍ତି) : ସୋମବାର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ସରକାରୀ ହାଇସ୍କୁଲ ପରିସରରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି l ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ତତ୍ତାବଧାନରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା l କାର୍ଯ୍ୟକ୍ରମରେ ଶିକ୍ଷକ ଅସିତ କୁମାର ପୁହାଣ, ରବି ନାରାୟଣ ପାଣି, ସ୍ୱାଧୀନ କୁମାର ସାହୁ, ଦୀନେଶ କୁମାର ନାୟକ, ଶିକ୍ଷୟତ୍ରୀ ସ୍ୱୟଂପ୍ରଭା ନାୟକ, କ୍ରୀଡା ଶିକ୍ଷକ ବିଜୟ କୁମାର ରାଉତ, ଶିକ୍ଷା କର୍ମଚାରୀ ରବିନ୍ଦ୍ର ମୋହନ ମାଝୀ, ଦୀପ୍ତି ରଞ୍ଜନ ସାହୁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ସାମିଲ ଥିଲେ l


