ବିଭିନ୍ନ ତହସିଲ ସ୍ତରୀୟ ରାଜସ୍ୱ ସମ୍ପର୍କିତ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ

କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲ ସ୍ତରରେ ରାଜସ୍ୱ ସମ୍ପର୍କିତ ଅଭିଯୋଗ ମାମଲାର ଶୀଘ୍ର ସମାଧାନ ଓ ସାଧାରଣ ଜନତାଙ୍କୁ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୁଲାଇ-୨୦୨୬ ମାସ ପାଇଁ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ତହସିଲ ସ୍ତରୀୟ ରାଜସ୍ୱ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜୁଲାଇ ୧୪ ତାରିଖ ପୂର୍ବାହ୍ନ ସାଢେ ୧୦ଟାରେ ଗରଦପୁର ତହସିଲରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ରଘୁରାମ ଆର.ର୍ ଆୟର ଅଭିଯୋଗ ଶୁଣାଣି କରିବେ। ସେହିପରି ଜୁଲାଇ ୧୫ ତାରିଖ ପୂର୍ବାହ୍ନ ସାଢେ ୧୦ଟାରେ ମାର୍ଶାଘାଇ ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ଅଭିଯୋଗ ଶୁଣାଣି କରିବେ। ଆଳି ତହସିଲରେ ଜୁଲାଇ ୮ତାରିଖ ସାଢେ ୧୦ଟାରେ ଓ ଜୁଲାଇ ୨୨ତାରିଖ ସାଢେ ୧୦ଟାରେ କେନ୍ଦ୍ରାପଡା ତହସିଲରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକୃଷ୍ଣ ଜେନା ଅଭିଯୋଗ ଶୁଣାଣି କରିବେ। ସେହିଭଳି ଜୁଲାଇ ୨୩ ତାରିଖ ପୂର୍ବାହ୍ନ ସାଢେ ୧୦ଟାରେ ଡେରାବିଶ ତହସିଲରେ ଉପ-ଜିଲ୍ଲାପାଳ ଅରୁଣ କୁମାର ନାୟକ ଅଭିଯୋଗ ଶୁଣାଣି କରିବେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ତହସିଲଦାରଙ୍କୁ ଅଭିଯୋଗ ଶୁଣାଣି ସମ୍ପର୍କରେ ବ୍ୟାପକ ପ୍ରଚାର-ପ୍ରସାର କରିବା, ସମ୍ପୃକ୍ତ ଅଭିଯୋଗକାରୀଙ୍କୁ ପୂର୍ବରୁ ସୂଚନା ପ୍ରଦାନ କରିବା ଏବଂ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ରାଜସ୍ୱ ସମ୍ପର୍କିତ ଅଭିଯୋଗକାରୀଙ୍କୁ ନିର୍ଦ୍ଧାରିତ ତାରିଖ ଓ ସ୍ଥାନରେ ଉପସ୍ଥିତ ରହି ନିଜ ଅଭିଯୋଗ ଉପସ୍ଥାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ