ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ପ୍ରଭୂ ଶ୍ରୀଗଣେଶଙ୍କ ବିଗ୍ରହ ପ୍ରତିଷ୍ଠା
ଛତ୍ରପୁର (ଓ୍ବାଇଏନଏସ) : ରୋଗୀଙ୍କ ନିରୋଗ ସ୍ୱାସ୍ଥ୍ୟ କାମନା ନିମନ୍ତେ ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀଗଣେଶଙ୍କ ଭବ୍ୟ ବିଗ୍ରହ ଗୁରୁବାର ଦିନ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ପ୍ରତିଷ୍ଠା କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଚିକିତ୍ସାଳୟ ଅଧକ୍ଷକ ଡାକ୍ତର ଅଲେଖ ପ୍ରଧାନ ରୀତିନୀତି ଅନୁସାରେ ପ୍ରତିଷ୍ଠା ଏବଂ ପୂଜାର୍ଚ୍ଚନା କରିଥିଲେ। ପୂଜା ସମାପନ ହେବା ପରେ ବିଧାୟକ ଶ୍ରୀ ନାୟକ ଏବଂ ଅଧିକ୍ଷକ ଡ଼ା ପ୍ରଧାନ ଚିକିତ୍ସାଳୟ ପରିସରରେ ଔଷଧୀୟ ଚାରାରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚିକିତ୍ସାଳୟର ପରିଚାଳକ ଗଣେଶ ନାହକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।


