ସାମ୍ବାଦିକଙ୍କ ସୁରକ୍ଷା ଓ କଲ୍ୟାଣ ଦାବିରେ ଭଏସ୍ ଅଫ୍ ମିଡିଆର ଦାବିପତ୍ର

କନ୍ଧମାଳ (ଓ୍ବାଇଏନଏସ) : ସାମ୍ବାଦିକମାନଙ୍କ ସୁରକ୍ଷା ଓ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ଦାବିକୁ ନେଇ ଭଏସ୍ ଅଫ୍ ମିଡିଆ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭଏସ୍ ଅଫ୍ ମିଡିଆର ଅନ୍ତର୍ଜାତୀୟ ସଭାପତି ଶ୍ରୀ ସନ୍ଦୀପ କାଲେ ଙ୍କ ପ୍ରସ୍ତାବ ଏବଂ ରାଜ୍ୟ ସଭାପତି ଡ଼. ପ୍ରଭାତ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ଓ କନ୍ଧମାଳ ଜିଲ୍ଲା ଶାଖାର ପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ।
ଦାବିପତ୍ରରେ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ, ମାସିକ ଭତ୍ତା ପ୍ରଦାନ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣାଜନିତ ବୀମା ସୁବିଧା, କର୍ତ୍ତବ୍ୟ ପାଳନ ସମୟରେ ଆକ୍ରମଣ ଘଟିଲେ ତ୍ୱରିତ ଆଇନଗତ ପଦକ୍ଷେପ, ସାମ୍ବାଦିକ କଲ୍ୟାଣ ପାଣ୍ଠିକୁ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳର ସାମ୍ବାଦିକମାନଙ୍କୁ ସମାନ ସୁବିଧା ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମିଲ ରହିଛି। ଭଏସ୍ ଅଫ୍ ମିଡିଆ ପକ୍ଷରୁ କୁହାଯାଇଛି ଯେ ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ନିରପେକ୍ଷ ଓ ସତ୍ୟ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇଥାନ୍ତି। ତେଣୁ ସେମାନଙ୍କୁ ସୁରକ୍ଷା, ସମ୍ମାନ ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା ସରକାରଙ୍କ ଦାୟିତ୍ୱ ବୋଲି ସଂଗଠନ ଦାବି କରିଛି। ଏହି କାର୍ଯ୍ୟକ୍ରମରେ ଭଏସ୍ ଅଫ୍ ମିଡିଆର କେନ୍ଦ୍ର କମିଟି ସଦସ୍ୟ ତଥା କନ୍ଧମାଳ ଜିଲ୍ଲା ସଭାପତି ଶିବାନନ୍ଦ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ସୁକାନ୍ତ କୁମାର ପରିଡ଼ା, ରାଜ୍ୟ ଉପସଭାପତି ବି. ଭି. ଶଙ୍କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ଦିଗାଲ, ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ, ଜିଲ୍ଲା କମିଟିର ଆଇନ ଉପଦେଷ୍ଟା ଆଦିତ୍ୟ ତ୍ରିପାଠୀ, ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ସହ-ସମ୍ପାଦକ ସୁଧୀର କୁମାର ମହାରଣା, କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏବଂ ସଦସ୍ୟ କ୍ଷୀରୋଦ ସାହାଣୀ, ପ୍ରଶାନ୍ତ କୁମାର ଜେନା, ପାର୍ଥ ସାରଥୀ ବିଶ୍ୱାଳ, କୁମାର ଅଭିଷେକ, ବିମଳ ନାୟକ, ସତ୍ୟନାରାୟଣ ବେହେରା, ରବୀନ୍ଦ୍ର ଷଡ଼ଙ୍ଗୀ, ଦାରୁଣ ବେହେରା, କାହ୍ନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ