ପୈାରାଞ୍ଚଳସ୍ତରୀୟ ବ୍ରାହ୍ମଣ ମହାସଭା ବୈଠକ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ପୈାରାଞ୍ଚଳସ୍ତରୀୟ ବ୍ରାହ୍ମଣ ମହାସଭାର ଏକ ବୈଠକ ସ୍ଥାନୀୟ ସାନମଙ୍ଗଳା ମନ୍ଦିର ପରିସରରେ ପୈାରାଞ୍ଚଳ ସଭାପତି ପଣ୍ଡିତ ମାଧବଚନ୍ଦ୍ର ପତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ନରେନ୍ଦ୍ର କୁମାର ତ୍ରିପାଠୀ ବେଦପାଠ କରିଥିବାବେଳେ ପ୍ରକୃତିବନ୍ଧୁ ନୃସିଂହଚରଣ ତ୍ରିପାଠୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସଭାପତି ମାନସଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୈାରାଞ୍ଚଳରେ ପ୍ରତ୍ୟେକ ୱାର୍ଡରେ ସଙ୍ଗଠନକୁ ମଜବୁତ୍ କରିବାକୁ ପରାମର୍ଶ ଦେଇଥିଲେ। ପୈାରାଞ୍ଚଳ ସମ୍ପାଦକ ଦେବପ୍ରସାଦ ସାମନ୍ତରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ସମ୍ପାଦକ ପଣ୍ଡିତ ହରେକୃଷ୍ଣ ପତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବ୍ରାହ୍ମଣମାନଙ୍କ ସଂସ୍କାର ସହ ପ୍ରତ୍ୟେକ ୱାର୍ଡରେ ଜଣେ ଜଣେ ସଂଯୋଜକ ସ୍ଥିର କରିବା ପାଇଁ ମତ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା କୋଷାଧ୍ୟକ୍ଷ ପଣ୍ଡିତ କ୍ଷୀରୋଦ କୁମାର ପଣ୍ଡା ସରକାରଙ୍କ ସଂରକ୍ଷଣ ବିରୋଧରେ ଏକତ୍ର ହେବାକୁ ଆହ୍ୱାନ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ସଂଗଠନ ସମ୍ପାଦକ ପଣ୍ଡିତ ତପନ ଦାଶ ପ୍ରତ୍ୟେକ ବ୍ରାହ୍ମଣ ପରିବାର ଗଣନା ପୂର୍ବକ ବ୍ରାହ୍ମଣ ସଂଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ଜିତେନ୍ଦ୍ର ଦାଶ, ଦୀପକ ପାଢୀ, ପଣ୍ଡିତ କୁଳମଣୀ ପଣ୍ଡା, ପଣ୍ଡିତ ମହେଶ୍ୱର ପାଣି ଓ ପଣ୍ଡିତ ନୃସିଂହ ଚରଣ ପତି, ଜିଲ୍ଲା ଯୁଗ୍ମ ସମ୍ପାଦକ ଲକ୍ଷ୍ମୀକାନ୍ତ ଦାଶ, ରବୀନ୍ଦ୍ରନାଥ ରଥ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପୈାରାଞ୍ଚଳର କୋଷାଧ୍ୟକ୍ଷ ରୂପେ ସୁରେନ୍ଦ୍ର କୁମାର ପତି ଓ ସହସମ୍ପାଦକ ନୃସିଂହ ଚରଣ ପତି ଦାୟିତ୍ୱ ଗ୍ରହଣ କରିଥିଲେ। ପଣ୍ଡିତ ହରିହର ଶତପଥି ଧନ୍ୟବାଦାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୈାରାଞ୍ଚଳର ଶତାଧିକ ବ୍ରାହ୍ମଣ ଯୋଗଦାନ କରିଥିଲେ।


