ନୀଳମଣିଙ୍କ ବିଶାଳ ବାଇକ ଶୋଭାଯାତ୍ରା

ଓଡିଶା ରେ ସାଧାରଣ ନିର୍ବାଚନ ଦିନ କୁ ଦିନ ପାଖେଇ ପାଖେଇ ଆସୁଥିବା ବେଳେ ଭୋଟର ମାନଙ୍କ ମନ ଛୁଇଁବା ପାଇଁ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପ୍ରଚାର ଜୋରଧରିଛି ସୋରଡା ନିର୍ବାଚନ ମଣ୍ଡଳୀ ରେ ପ୍ରଚାର ବ୍ୟାପକ  କରିବା ପାଇଁ ଭାରତୀୟ ଜନତା ପାର୍ଟି ଅଣ୍ଟାଭିଡିଥିବା ଦେଖିବାକୁ ମିଳିଛି ନୀଳମଣି ଙ୍କୁ ଟିକେଟ ମିଳିବା  ପରେ ଦଳ ମଧ୍ୟ ରେ ଯେଉଁ ଅସନ୍ତୋଷ  ଥିବା ଚର୍ଚା ଜୋରଧରିଥିଲା ତାହା ଆସ୍ତେ ଆସ୍ତେ କମିବାରେ ଲାଗିଛି ଅସନ୍ତୁଷ୍ଟ ଗୋଷ୍ଠୀ କୁ ମନାଇବାରେ ସଫଳ ହେଉଛନ୍ତି ସୋରଡା ନିର୍ବାଚନ ମଣ୍ଡଳୀ ର ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନୀଳମଣି ବିଶୋୟୀ ସୋରଡା ନିର୍ବାଚନ ମଣ୍ଡଳୀ ଟି ବେଲଗୁଣ୍ଠା ଓ ସୋରଡା  ବ୍ଲକ କୁ ନେଇ ଗଠିତ ହୋଇଥିବା ବେଳେ ଚଳିତ ଥର ବେଲଗୁଣ୍ଠା ରୁ ସନ୍ତୋଷ ଦାଶ ଓ ସୋରଡା  ରୁ ଭଗବାନ ପଣ୍ଡା ଟିକେଟ ଆଶାୟୀ ଥିଲେ ହେଲେ ନୀଳମଣି ବିଜେପି ରେ ଯୋଗଦେବା ପରେ ଦଳ ନୀଳମଣି ଙ୍କୁ ପ୍ରାର୍ଥୀ  କରିଥିଲାଫଳରେ ସୋରଡା ଓ ବେଲଗୁଣ୍ଠା ର ଦୁଇ ନେତା ଭଗବାନ ପଣ୍ଡା ଓ ସନ୍ତୋଷ ଦାସ ଅସନ୍ତୋଷ ହେବା  ସହ ଦଳୀୟ କାର୍ଯ୍ୟ ରେ ଯୋଗନଦେବା ଚର୍ଚା ଜୋରଧରିଥିଲା। କିନ୍ତୁ ପରବର୍ତୀ ମୁହୂର୍ତ ରେ ନୀଳମଣି ଉଭୟ ଦଳୀୟ ନେତା ଙ୍କୁ ବୁଝାଇବାରେ ସଫଳ ହୋଇଥିବା ବେଳେ ଭଗବାନ ପଣ୍ଡା ପ୍ରଚାରରେ ସାମିଲ ହେବା ପରେ ଏବେ ସନ୍ତୋଷ ଦାଶ ନିର୍ବାଚନ ପ୍ରଚାରେ ରେ ସାମିଲ ଥିଲେ। ଫଳରେ ଏମାନଙ୍କ ମନରେ ଥିବା ମାନମାଳୀନ ଗୋଟେ ପ୍ରକାର ଦୂର ହୋଇଥିବା ସ୍ପଷ୍ଟ ହୋଇଛିଆଜି ସୋରଡା ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ପଞ୍ଚାୟତରେ ସମସ୍ତେ ପ୍ରଚାର କରୁଥିବା ଦେଖିବାକୁ  ମିଳିଛି। ବିଜେପି ର ଆସିକା ଲୋକସଭା ପ୍ରାର୍ଥିନୀ ଅନିତା  ପ୍ରିୟଦର୍ଶିନୀ ଆଜି ପ୍ରଚାରରେ ସାମିଲ ଥିବା ଦେଖିବାକୁ ମିଳିଛି। ବିଜେପି ର ଏହି ପ୍ରଚାର ପାଇଁ ଏକ ବିଶାଳ ବାଇକ ଶୋଭାଯାତ୍ରା ର ଆୟୋଜନ କରଯାଇଥିଲା। ନୀଳମଣି ଙ୍କ ତତ୍ବାବଧାନ ରେ ଆୟୋଜିତ ଏହି ଶୋଭାଯାତ୍ରା ରେ ଆସିକା ଲୋକସଭାପ୍ରାର୍ଥିନୀ ଅନିତା ପ୍ରିୟଦର୍ଶିନୀ,ନୀଳମଣି ବିଶୋୟୀ,ସନ୍ତୋଷ ଦାଶ,ଭଗବାନ ପଣ୍ଡା,କବିରାଜ ସ୍ଵାଇଁ ପ୍ରମୁଖ ଏକ ଖୋଲା ଜିପ ରେ ପ୍ରଚାର କରୁଥିଲେ। ଏହି ଶୋଭାଯାତ୍ରା ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡବୋରସିଙ୍ଗୀ,କୁଲାଙ୍ଗି,ଲାଠିପଡା,ପାଲାକାଟୁ, ଗୋପାଳପୁରଶାସନ, ସୋରଡା ପୌରପରିଷଦ, ଭଗବାନପୁର, ଅସୁରବନ୍ଧ, ଗାଜଳବାଡି, ଓ ଗୋଛା ଆଦି ପଞ୍ଚାଯତ ଅନ୍ତର୍ଗତ ପ୍ରାୟ ୩୭ ଟି ଗାଁ କୁ ଏହି ଶୋଭାଯାତ୍ରା ବୁଲି ବୁଲି ପ୍ରଚାର କରିଥିଲା। ବିଭିନ୍ନ ଜାଗାରେ ସଭା ମାନଙ୍କରେ ଆସିକା ଲୋକସଭା ପ୍ରାର୍ଥିନୀ ଅନିତା ପ୍ରିୟା ଦର୍ଶିନୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ଉପରେ ଆଲୋକପାତ କରିଥିବା ବେଳେ ରାଜୟ ସରକାରଙ୍କ ଉପରେ ବର୍ଷୀଥିଲେ। ତେବେ ଏହି ଶୋଭାଯାତ୍ରା ରେ ହଜାର ହଜାର ବାଇକ ରେ ଦଳୀୟ କର୍ମୀ ମାନେ ଜିନ୍ଦବାଦ ର ନାର ଦେଉଥିଲେ। ସୋରଡା ଓ ବେଲାଗୁଣ୍ଠା ର ଭାରତୀୟ ଜନତା ଦଳ ର ସମର୍ଥକ ସମେତ ସମସ୍ତ ମଣ୍ଡଲ ସଭାପତି, ଓ ନଗର ସଭାପତି ମାନେ ଉପସ୍ଥିତ ଥିବା ବେଳ ଏହି ପ୍ରଚାରରେ ୪୦୦୦ ରୁ ଉର୍ଦ୍ଧ କର୍ମୀ ଓ ସମର୍ଥକଙ୍କ ଉପଥସ୍ଥିତି ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ