ଲଘୁଚାପ ବର୍ଷାରେ ବୁଡ଼ିଲା ରାସ୍ତା, ଘରେ ପଶିଲା ପାଣି
ବନ୍ତ, (ଚାନ୍ଦିନୀ ମହାନ୍ତି): ଗତ ୨/୩ ଦିନ ହେବ ଲଘୁଚାପ ଜନିତ ବର୍ଷା ଯୋଗୁଁ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି l କେଉଁଠି ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ କେଉଁଠି ରାସ୍ତା ଘାଟ ଗୁଡିକ ପାଣିରେ ବୁଡି ରହିଛି l ସେହିପରି କେତେକ ଗ୍ରାମରେ ଘର ଭିତରକୁ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି l ନିଳୋକ ପଞ୍ଚାୟତ ବେଗନା ଗ୍ରାମର ପ୍ରଶାନ୍ତ ସେନାପତିଙ୍କ ଘର ଭିତକୁ ପାଣି ପଶି ଯିବା ଫଳରେ ବହୁ କ୍ଷତି ଘଟିଛି l ଉକ୍ତ ପାଣିକୁ ମଟର ପମ୍ପ ସହାୟତାରେ ନିଷ୍କାସନ କରାଯାଇଛି l ସାହାଡ଼ାପଲ୍ଲୀ ଗ୍ରାମର ଅଙ୍ଗନୱାଡି ସମ୍ମୁଖ ରାସ୍ତା ଉପରେ ବର୍ଷା ଜଳ ପ୍ରଭାବିତ ହେଉଛି l ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି l


