ହରିହର ନୋଡାଲ ବିଦ୍ୟାଳୟରେ ନୂତନ ପରିଚାଳନା କମିଟି
ବନ୍ତ,(ଚାନ୍ଦିନୀ ମହାନ୍ତି ): ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକସ୍ଥିତ ହରିହର ନୋଡାଲ ଉପ୍ରା ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷା ଭାବେ ସବିତା ରାଉତ ଏବଂ ଉପାଧ୍ୟକ୍ଷା ଭାବେ ଚୁମକି ଯେନା ନିର୍ବାଚିତ ହୋଇଥିଲେ l ଏଥିରେ ପରିଚାଳନା କମିଟିର ସଭ୍ୟ ବିଜୁ ବିନ୍ଧାଣୀ,ଧନେଶ୍ୱର ଯେନା, ବିଜୟାନନ୍ଦ ଦାସ,ମହେଶ୍ୱର ଭଞ୍ଜ, ଗୋପବନ୍ଧୁ ରାଉତ, ବିମ୍ବାଧର ସାହୁ, ଅନନ୍ତ ଚରଣ ଦାସ, ସସ୍ମିତା ବାରିକ, ମମତା ଜେନା, ରୀତାରାଣୀ ଯେନା, ମାମାଲି ଯେନା, ମାନସୀ ବାରିକ, ରଞ୍ଜିତା ଯେନା ପ୍ରମୁଖ ଉପସ୍ଥିତ ଥିଲେ l


