ପୂର୍ବତନ ଅଧ୍ୟକ୍ଷା ସୁନନ୍ଦାରାଣୀଙ୍କ ସ୍ମୃତିସଭା
ହାଟଡିହି (ଓ୍ବାଇଏନଏସ): ବଉଳା ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷା ସ୍ବର୍ଗୀୟା ସୁନନ୍ଦାରାଣୀ ସ୍ୱାଇଁଙ୍କ ସ୍ମୃତି ଉଦେଶ୍ୟରେ ଏକ ସ୍ମ୍ତତିସଭା କାନପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁର୍ବତନ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ। ସାହିତ୍ୟିକ ଅନ୍ତର୍ଯ୍ୟାମୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଡ଼. ଶସଧର ଦାଶ, ରବୀନ୍ଦ୍ର କୁମାର ପଣ୍ଡା, ପଞ୍ଚାନନ ପୃଷ୍ଟି, ଅନନ୍ତ ଚରଣ ମୁଦୁଲି, ମୁରଲୀଧର ବେହେରା, ସୁରେନ୍ଦ୍ର କୁମାର ପରିଡା, ହରିହର ପାଣିଗ୍ରାହୀ, ମୋହନ କୁମାର ମହାନ୍ତି, ହର ମୋହନ ପଣ୍ଡା, ଅମୁଲ୍ୟ କୁମାର ମିଶ୍ର, ନାରାୟଣ ସାହୁ, ଚତୁର୍ଭୁଜ ପହି, ନଇମୁଲ ଆବେଦିନ, ଅଭୟ କୁମାର ସାମଲ, ସଙ୍ଖାଳି ଚରଣ ରାଉଳ, ମଞ୍ଜୁଲତା ମଲ୍ଲିକ, ନରେନ୍ଦ୍ର କୁମାର ସାମଲ, ରବୀନ୍ଦ୍ର ସାହୁ, ଚିନ୍ତାମଣି ବେହେରା, ପ୍ରଫୁଲ୍ଲ କୁମାର ଜେନା, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସୁନନ୍ଦାଙ୍କ ସଦଗୁଣ ଓ ଶିକ୍ଷା କ୍ଷେତ୍ରରେ ଥିବା ତାଙ୍କର ଅବଦାନ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ସ୍ବର୍ଗୀୟା ସୁନନ୍ଦାରାଣୀ ଜଣେ ଲେଖିକା, ପ୍ରାବନ୍ଧିକା ଓ ସୁବକ୍ତା ଭାବେ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ସେ ବଉଳା ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପିକା ଭାବରେ କାର୍ଯ୍ୟରତ ଥିବାବେଳେ ସେ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ସଂସ୍କାର ଦେଇ ତାଙ୍କ ଜୀବନ ଗଠନରେ ସହାୟକ ହୋଇଥିଲେ । ତାଙ୍କର ଶିକ୍ଷା କ୍ଷେତ୍ରରେ ଥିବା ଅବଦାନ, ସେ କିପରି ଏକାଧାରରେ ଜଣେ କବୟତ୍ରୀ, ସୂ ସାହିତ୍ୟିକା ହୋଇଥିଲେ ସେ ସମ୍ପର୍କରେ ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ “ସ୍ମୃତି ଓ ବିସ୍ମୃତିରେ ସୁନନ୍ଦା” ନାମକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଜଗନ୍ନାଥ ବେହେରା, ପ୍ରଭୁ ପ୍ରସାଦ ବେହେରା, ପ୍ରିତିନନ୍ଦା ବେହେରା, ଆଲୋକ ଭରଦ୍ୱାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


