‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

 ହାଟଡିହି (ଓ୍ବାଇଏନଏସ):   ପରିବେଶ ସୁରକ୍ଷା ପାଇଁ ସମସ୍ତେ ଏକାଠି ହେବାର ସମୟ ଆସିଛି। ପ୍ରତି ପଞ୍ଚାୟତ ଓ ପ୍ରତି ଗ୍ରାମରେ ଏପରି କାର୍ଯ୍ୟକ୍ରମ କରାଯାଇ ଲୋକ ମାନଙ୍କୁ ସଚେତନ କରାଇବା ଅପରିହାର୍ଯ୍ୟ ବୋଲି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ସେଣ୍ଟ ଜାଭିଅର ହାଇସ୍କୁଲ ଚଣ୍ଡୀବିରଞ୍ଚିପୁର ଠାରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଏପରି ମତବ୍ୟକ୍ତ କରିଛନ୍ତି। ଶ୍ରୀ ସେଠୀ ଆହୁରି କହିଲେ ଯେ,  ପରିବେଶର ସୁରକ୍ଷା ଦିଗରେ ଆମେ ସମସ୍ତେ ଏକଜୁଟ ହେବା ଆବଶ୍ୟକ। କେବଳ କୌଣସି ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନ ନୁହଁ ଏହା ସମସ୍ତଙ୍କ ଦାୟିତ୍ଵ ହେଉ ବୋଲି ଆହ୍ବାନ ଦେଇଥିଲେ। ସ୍କୁଲ କଲେଜର ଛାତ୍ରଛତ୍ରୀମାନେ ବୃକ୍ଷ ରୋପଣ ଦିଗରେ ଆଗେଇ ଆସିବା ସହିତ ପ୍ରତି ପଞ୍ଚାୟତରେ ବନିକରଣ ପ୍ରକଳ୍ପ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ଲାଷ୍ଟିକ ବର୍ଜନ ସହିତ ବଜ୍ରପାତରୁ ରକ୍ଷା ପାଇଁ ଗାଁ ଗାଁରେ ତାଳ ଗଛ ଲଗାଇବାକୁ ସେ ଆହ୍ୱାନ ଦେଇଥିଲେ।  ସମ୍ବାଦ ଓ କନକ ନିୟୁଜ ପ୍ରତିନିଧି କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ବ୍ଲକ୍ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଯୋଗଦେଇ ସମ୍ବାଦର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏପରି ଉଦ୍ୟମକୁ ସେ ଭୁୟସୀ ପ୍ରଶଂସା କରିବା ସହିତ ପରିବେଶର ସୁରକ୍ଷା ପାଇଁ ସମସ୍ତେ ନିଜ ଜୀବନଚର୍ଯ୍ୟାରେ ପରିବର୍ତନ ଆଣିବା ଆବଶ୍ୟକ ବୋଲି କହିଥିଲେ। ପ୍ଲାଷ୍ଟିକ ଦ୍ରବ୍ୟ ବ୍ୟବହାରରୁ ସମସ୍ତେ ଦୂରେଇ ରହିବା ସହିତ ପରିବେଶ ସୁରକ୍ଷା ଆମ ଦାୟିତ୍ୱ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ହଦଗଡ଼ ବନପାଳ ମଳୟ ରଞ୍ଜନ ସାହୁ  ଯୋଗଦେଇ ସଭିଏଁ ନିଜ ସ୍ତରରେ ଉଦ୍ୟମ କଲେ ଏକ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ହୋଇପାରିବ। ବର୍ତମାନ ସମୟରେ ଘରଚଟି ଚଢ଼େଇ, ଶାଗୁଣା ଆଉ ଦେଖିବାକୁ ମିଳୁ ନାହାନ୍ତି। ପରିବେଶ ପ୍ରଦ୍ୟୁଷଣ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅନେକ ପଶୁପକ୍ଷୀମାନେ ଆଉ ଦେଖାଯାଉ ନାହାଁନ୍ତି। ତେଣୁ ବୃକ୍ଷରୋପଣ, ଜଳବାୟୁର ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ଵ ହୋଇ ରହିବା ଉଚିତ ନୁହେଁ, ପ୍ରତ୍ଯେକ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ସେଣ୍ଟ ଜାଭିଅର ହାଇସ୍କୁଲର ପ୍ରତିଷ୍ଠାତା ଉଦୟନାଥ କର ଯୋଗଦେଇ ମଣିଷ ନିଜ ସ୍ବାର୍ଥ ପାଇଁ ପରିବେଶକୁ ନଷ୍ଟ କରି ଚାଲିଛି।  ଗଛ କାଟିବା ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧିପାଉଛି। ବହୁଳ ମାତ୍ରାରେ ପଲିଥିନ୍ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟ ଏକ କାରଣ ପାଲଟିଛି । ତେଣୁ ଯାହାର ପ୍ରଭାବ ଜଳବାୟୁ ଓ ଚାଷବାସ ଉପରେ ପଡ଼ୁଛି। | ପ୍ରତ୍ୟେକ ବ୍ୟକ୍ତି ଚାରା ଲଗାଇବା ସହ ଏହାର ଯତ୍ନ ନେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ। ବିଶେଷ କରି ବିବାହ ଉତ୍ସବ ଓ ଜନ୍ମଦିନ ପାଳନରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ସେ ଆହ୍ୱାନ ଦେଇଥିଲେ। ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶବିତ   ନିରଞ୍ଜନ ସାହୁ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ ବୋଲି କହିଥିଲେ। ସେ ଏକା ଏକା ଯଦି ଲଣ୍ଡା ପାହାଡକୁ ସବୁଜ ବନାନୀରେ ପରିଣତ କରାଇ ପାରିଲେ ତେବେ ଅନ୍ୟମାନେ କାହିଁକି କରିପାରିବେନି ବୋଲି ପ୍ରଶ୍ନ କରିଥିଲେ। ଏଥିରେ ଅନ୍ୟମାନଙ୍କ ଭିତରେ ଜାଭିଅର ହାଇସ୍କୁଲର ଅଧ୍ୟକ୍ଷ ହେମନ୍ତ କୁମାର ନାୟକ, , ଉପାଧ୍ୟକ୍ଷ ଗୋଲଖ ବିହାରୀ ସାହୁ, ସମାଜସେବୀ ଧୁଶାସନ ସାହୁ, ପ୍ରତାପ ଦାଶ ପ୍ରମୁଖ ଦେଇଦେଇ ପରିବେଶ ସୁରକ୍ଷା ଜୀବନ ରକ୍ଷା ଉପରେ ନିଜ ନିଜର ସମ୍ଭାଷଣ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ପରିବେଶ ସୁରକ୍ଷା ରେ ଆମର କର୍ତ୍ତବ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଶିକ୍ଷକ ବିଜୟ କୁମାର ପହି ମଞ୍ଚ ସଂଯୋଜନା କରିଥିବା ବେଳେ କିଶୋର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ପାର୍ଥ ସୌରଭ ସା, ବିକାଶ ବିଶ୍ୱାଳଙ୍କ ସମେତ ସେଣ୍ଟ ଜାଭିଅର ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ