ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନାଉଗାଁ,(ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିହୁଡାସ୍ଥିତ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର ପରିସରରେ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପିଲାମାନଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ସହ ବର୍ତମାନ ବୃକ୍ଷରୋପଣର ଆବଶ୍ୟକତାକୁ ଗୁରୁତ୍ୱ ପ୍ରଦାନ କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ଗଛ ଲଗାଇବା ସହିତ ତାର ଯତ୍ନ ନେବାକୁ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁକାନ୍ତ କୁାମର ଲେଙ୍କା,ପ୍ରିୟରଂଜନ ସାହୁ,ଦେବଜ୍ୟୋତି ମହାନ୍ତି,ହେମନ୍ତ କୁମାର ଲେଙ୍କା,ସ୍ମୃତି ରଂଜନ ବେହୁରା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ