ବିଦ୍ୟାଧରପୁର ବ୍ୟାରେଜ ଉପରେ ମଦ୍ୟପଙ୍କ ଦୌରାତ୍ମ୍ୟ: ଯାତ୍ରୀ ହନ୍ତସନ୍ତ
ହାଟଡିହି (ଓ୍ବାଇଏନଏସ): ବିଦ୍ୟାଧରପୁର ବ୍ୟାରେଜ ଉପରେ ଜଣେ ମଦ୍ୟପ ପାଇଁ ଯାତ୍ରୀମାନେ ଅନେକ ହନ୍ତସନ୍ତ ହୋଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ମିଳିଥିବା ସୂଚନା ଅନୁଯାଇ ଜଣେ ମଦ୍ୟପ ନିଶାସକ୍ତ ହୋଇ ବ୍ୟାରେଜ ଉପରେ ପଡି ରହିଥିଲା। ବ୍ୟାରେଜ ପୋଲ ଉପର ରାସ୍ତାଟି ସଂକୀର୍ଣ୍ଣ ଥିବାରୁ ଗାଡି ଘୋଡା ଯାଇ ପାରୁ ନଥିଲା। ଗାଡି ଵାଲା ଗାଡ଼ିରୁ ଓଲ୍ହାଇ ମଦ୍ୟପ ଜଣଙ୍କୁ ଗୋଟିଏ ପଟକୁ ସାଇଟ କରି ଯିବା ଆସିବା କରୁଥିବା ଦେଖି ବାକୁ ମିଳିଛି। ଏପରିକି ଗୋଟିଏ ବସ ଦୀର୍ଘ ସମୟ ଯାତ୍ରୀ ମାନଙ୍କୁ ଧରି ସେଠାରେ ଅଟକିବା ପରେ ମଦ୍ୟପ ଜଣଙ୍କୁ ଗୋଟିଏ ପାଖକୁ ଘୁଞ୍ଚାଇବା ପରେ ଯାଇ ବସ ଟି ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା।


