ମହଙ୍ଗା ପଡିଲା ଟେକ୍ସ ନ ବାନ୍ଧି ଗାଡି ଚଳାଇବା : ଜରିମାନା ସହ ଗାଡି ଜବତ କଲା ପରିବହନ ବିଭାଗ

 ଛତ୍ରପୁର, (ଓ୍ବାଇଏନଏସ) : କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବ ଏକ ବସ କୁ ପଡିଛି ମହଙ୍ଗା | ଗଞ୍ଜାମ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଏକ ଘରୋଇ ବସକୁ ଧରି ୮ ଲକ୍ଷ ୪୦ ହଜାର ୧୬୩ ଟଙ୍କା ଜୋରିମାନା କରାଯାଇଛି l ସୂଚନା ପ୍ରକାରେ ବ୍ରହ୍ମପୁର ରୁ ଛତ୍ରପୁର ଅଭିମୁଖେ ଆସୁଥିବା   ଓଡି ୧୯ ଆର ୪୫୯୭ ନମ୍ବର ବିଶିଷ୍ଠ ଜୟଶ୍ରୀ ନାମକ ଏକ ଘରୋଇ ବସ ଆସୁଥିବା ବେଳେ ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଗଞ୍ଜାମ ପରିବହନ ବିଭାଗର ଟ୍ରାଫିକ ପୁଲିସ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା l ଗାଡିର ୩ ବର୍ଷ ହେଲା ଫିଟନେସ, ରୋଡ଼ ଟ୍ୟାକ୍ସ, ପଲ୍ୟୁସନ, ଇନ୍ସୁରାନ୍ସ ଏପରିକି ଗାଡି ଚଳାଉଥିବା ଡ୍ରାଇଭର ଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବାରୁ ବସ ଉପରେ ମୋଟ ୮ ଲକ୍ଷ ୪୦ ହଜାର ୧୬୩ ଟଙ୍କା ଜୋରିମାନା କରାଯାଇଛି l ଗାଡି ମାଲିକ ସନ୍ତୋଷ କୁମାର ସାହୁ ଙ୍କ ନାମରେ ଚାଲାଣ କଟାଯାଇଛି l ରୋଡ଼ ଟ୍ୟାକ୍ସ ବାବଦକୁ ୮ ଲକ୍ଷ ୫ ହଜାର ୧୬୩ ଟଙ୍କା, ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବା ଯୋଗୁଁ ୫ ହଜାର ଟଙ୍କା, ଗାଡିର ରେଜିଷ୍ଟେସନ ନଥିବାରୁ ୫ ହଜାର ଟଙ୍କା, ପଲ୍ୟୁସନ ନଥିବା ଯୋଗୁଁ ୧୦ ହଜାର ଟଙ୍କା ଜୋରିମାନା ପକାଯାଇଥିବା ସୂଚନା ମିଳିଛି l ଗାଡିକୁ ଜବତ କରାଯାଇ ଅଗସ୍ତି ନୂଆଗାଁ ସ୍ଥିତ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ସେଣ୍ଟର ରେ ରଖାଯାଇଛି l ଜୋରିମାନା ଆଦାୟ ପରେ ଉକ୍ତ ଗାଡିକୁ ଛଡ଼ାଯିବ ବୋଲି ଟ୍ରାଫିକ ଇନ୍ସପେକ୍ଟର ବିଶ୍ୱ ରଂଜନ ସାହୁ ସୂଚନା ଦେଇଛନ୍ତି | ୨୦୨୩ ରୁ ଗାଡିର ଟ୍ୟାକ୍ସ ବନ୍ଧା ଯାଇନାହିଁ | ଆଗାମି ଦିନରେ ମଧ୍ୟ୍ୟ ଯାଞ୍ଚ କଡାକଡ଼ି କରାଯିବ ବୋଲି ଗଞ୍ଜାମ ପରିବହନ ଅଧିକାରୀ ଇଂ ଦେବାଶିଷ ସ୍ୱାଇଁ ସୂଚନା ଦେଇଛନ୍ତି | ସଡ଼କ ସୁରକ୍ଷା ନିୟମ ମାନିବା ସହ ଗାଡିର ସମସ୍ତ ନଥିପତ୍ର ଠିକ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ