ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):କ୍ଷତ୍ରିୟ ବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ . ଡ. ଗିରିଧର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ବନବିହାରୀ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଛାତ୍ରୀମାନେ ତାଲିମ ଶିବିରରେ ଅଂଶଗ୍ରହଣ କରି ଆତ୍ମସୁରକ୍ଷାର ବିଭିନ୍ନ କୌଶଳ ତାଲିମ ନେଇଥିବାରୁ ଖୁସିବ୍ୟକ୍ତ କରିଥିଲେ ଏବଂ ଆବଶ୍ୟକ ସ୍ଥଳେ ଏହାକୁ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ପ୍ରାଣୀ ବିଜ୍ଞାନ ଅଧ୍ୟାପକ ରଞ୍ଜତ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ବହୁ ମୂଲ୍ୟବାନ ଦୃଷ୍ଟାନ୍ତ ମୂଳକ ତଥ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ର ସହ-ସଂଯୋଜିକା ଅନୀତା ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ପ୍ରଶିକ୍ଷିକା ଭାବେ ବନିତା ସାହୁ ଏବଂ ସୋନାଲୀ ଗୌଡ଼ ଯୋଗ ଦେଇଥିଲେ। ଶେଷରେ ଶକ୍ତିଶ୍ରୀ ସଂଯୋଜିକା ଧରିତ୍ରୀରାଣୀ ବିଷାଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ