ଜରାଜୀର୍ଣ୍ଣ ଅବସ୍ଥାରେ ନବ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ?

କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): ତତ୍କାଳୀନ ସରକାରଙ୍କ ରାଜନେତା ଓ ଅଧିକାରୀ ପଞ୍ଚାୟତ ବାସୀଙ୍କ ଅଭିଯୋଗ ଶୁଣିଲେନାହିଁ ବୋଲି ପ୍ରାୟ ୩୦ ଲକ୍ଷଟଙ୍କାର କୋଠା ଭୁତ କୋଠି ପାଲଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତତ୍କାଳୀନ ବିଜେଡି ସରକାର ଥିବା ସମୟରେ ନିଜର ରାଜୁତି ଚାଲୁଥିଲା। ସେହି ସମୟରେ ସରକାରୀ ଅଧିକାରୀଙ୍କ ଠାରୁ ରାଜନେତା ଓ ଲୋକପ୍ରତିନିଧିଙ୍କ କଥା ସରୁଥିଲା। ଲୋକଙ୍କ କଥା ଓ ଲୋକଙ୍କୁ ବିଶ୍ୱାସକୁ ନେଉ ନେଉ ନଥିବାରୁ ଏଭଳି ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ କୋଠା ପୋଲ କର୍ଲଭେଟ, କେନାଲ ଗାର୍ଡୱାଲ ରାସ୍ତା କାର୍ଯ୍ୟରେ ନଲାଗି ପଡି ରହିଥିବା ଅନେକ ନଜୀର ରହିଛି। ସେହିଭଳି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର କନ୍ଧକାତିପଡ଼ୁ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ଵ ସରକାର ଥିବା ସମୟରେ ପଲମା ପଞ୍ଚାୟତକୁ ଦୁଇ ଭାଗ କରି ଥିଲେ। ସେଥିମଧ୍ୟରୁ କନ୍ଧ କାତୀପାଡୁ କୁ ପଞ୍ଚୟତ ଘୋଷଣା କରିଥିଲେ। ୧୧ଟି ଗ୍ରାମକୁନେଇ ଏହି ପଞ୍ଚାୟତ କନ୍ଧ କାତିପାଡ଼ୁ ଗ୍ରାମରେ ଚାଲିବ ବୋଲି ଅଞ୍ଚଳବାସୀ ଜିଦି ଧରିଥିବା ବେଳେ ସେତେବେଳେ ସରକାରରେ ଥିବା ଅଧିକାରୀ କର୍ମଚାରୀ ଓ ରାଜନେତା ଅଡୁଗୁଡା ନିକଟରେ ଗୋଚର ଜମିରେ ନିର୍ମାଣ ହେବ ବୋଲି ଜିଦି ଧରି ଲୋକଙ୍କ ସୁବିଧା ହେଵବୋଲି ପ୍ରାୟ ତିରିଶି ଲକ୍ଷ ଟଙ୍କା କରଚକାରୀ ନିର୍ମାଣ କରିଥିଲେ। ସେତେବେଳେ ପ୍ରଶାସନ ରାଜନେତା ଓ ଅଞ୍ଚଳବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗଳ ମଧ୍ୟ୍ୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ କେଶ ଦରବାର ହୋଇ ଉଚ୍ଚ ନ୍ୟାୟାଳୟରେ କେଶ ଦାୟର ହୋଇଥିଲା। ପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ଗାଁ ନାମରେ ହୋଇଥିବା ପଞ୍ଚାୟତ ଉକ୍ତ ଗ୍ରାମରେ ପ୍ରତିଷ୍ଠା ହେଉ ବୋଲି ନେର୍ଦ୍ଧେଶନାମା ଦେଇଥିଲେ। ପୂର୍ବରୁ ଅଞ୍ଚଳବାସୀ କନ୍ଧ କାତିପାଡ଼ୁ ଗ୍ରାମରେ ହେଉ ଜିଦି ଧରିଥିବାରୁ ଲୋକଙ୍କ ବିଜୟ ହେଲା ବୋଲି ଅଂଚଳ ବାସି ପ୍ରକାଶ କରିଛନ୍ତି। ଵର୍ତମାନ ଏକ ପୁରୁଣା ବିଦ୍ୟାଳୟରେ ପୁରାପୁରି ଭାବରେ କାର୍ଯ୍ୟକ୍ଷମ ହେଉଛି ବୋଲି ପଞ୍ଚାୟତର ସରପଞ୍ଚ ସମିତି ଓ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଵର୍ତମାନ ଅଡୁଗୁଡା ନିକଟରେ ଥିବା ନୂତନ ପଞ୍ଚାୟତ କୋଠା ଭୁତ କୋଠି ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡିହିବାରୁ ସରକାରକା ମାଲ ଦରିଆମେ ଡାଲି ସଦୃଶ୍ୟ ପଡିରହିଛି। କେହି ଯିବାର ନାହିଁ ଓ ଉକ୍ତ କୋଠାରେ ନାକେବେ କାର୍ଯ୍ୟ ହେବ ବୋଲି ଜିଦିରେ ଅଡ଼ି ଆସିଛନ୍ତି ଅଞ୍ଚଳବାସୀ। ଏମିତି ଅନେକ କୋଠା ତତ୍କାଳୀନ ସରକାରଙ୍କ ଅମଳରେ ଠିକାଦାରୀ ଚିନ୍ତାରେ ପ୍ରଦାନ କରୁଥିବାରୁ କୋଟି କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚହୋଇ କେବଳ ପିସି ଓ ମିଥ୍ୟା ବିଲକରି ସରକାରଙ୍କ ଅର୍ଥ ସ୍ୱାହା କରୁଥିଲେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।ବର୍ତମାନ ଉକ୍ତ ପଞ୍ଚାୟତରେ ଭତା, ଚାଉଳ, ସରକାରୀ ବୈଠକ, ଭଳି ସମସ୍ତ କାର୍ଯ୍ୟ ସୁଚାର ରୂପେ ଚାଲୁଛି ବୋଲି ଅଞ୍ଚଳ ବାସି ପ୍ରକାଶ କରିଛନ୍ତି। ଏହି ଗ୍ରାମଠାରେ ନୂତନ କରି ପଞ୍ଚାୟତ କୋଠା ନିର୍ମାଣ ପାଇଁ ଦାବୀ କରିଛନ୍ତି ସରପଞ୍ଚ, ସମିତି ଓ ପଞ୍ଚାୟତ ବାସି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ