ସମବାୟ ନେତୃତ୍ବ ବିକାଶ ତାଲିମ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଓଡିଶା ରାଜ୍ୟ ସମବାୟ ୟୁନିଅନ ଅଧିନ ସମବାୟ ପରିଚାଳନା ପ୍ରତିଷ୍ଠାନ, ଗୋପାଳପୁର ଆନୁକୁଲ୍ୟରେ ବୁଧବାର ଗଞ୍ଜାମ, ଗଜପତି ବୃହତ୍ତର ଦୁଗ୍ଧ ଉତ୍ପାଦକ ସଂଘ ସଭ୍ୟ ଓ କର୍ମଚାରୀ ମାନଙ୍କୁ ନେଇ ଏକ ତାଲିମ ଶିବିର ହିଞ୍ଜିଳି ଥାନା ତଥା ଶେରଗଡ ବ୍ଳକ ନରେନ୍ଦ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ସଂଘ ସଭାପତି ଏମ. ଗଣେଶ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ଗୁରୁନାଥ ପୋଲେଇ, ପଶୁ ସମ୍ପଦ ଚିକିତ୍ସକ ଡ଼ାକ୍ତର ଦୁର୍ଗା ପ୍ରସାଦ ହୋତା, ସହକାରୀ ଚିକିତ୍ସକ ଡ଼ାକ୍ତର ଶ୍ରୀକାନ୍ତ ପାଣିଗ୍ରାହୀ, କ୍ଷେତ୍ର ଅଧିକାରୀ ପୁଷ୍ପିତା ଓ ଅଧ୍ୟାପିକା ମମତା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ସମିତିର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ଓ ସମିତିର କାର୍ଯ୍ୟଦକ୍ଷତା ସମ୍ପର୍କରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ।‌ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୫୦ ରୁ ଉର୍ଦ୍ଧ୍ବ ସଭ୍ୟ ଓ କର୍ମଚାରୀ ଉପସ୍ଥିତ ଥିଲେ। ସମିତିର ସଭାପତି ଓ ସମ୍ପାଦକ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ