ନୂଆ ଷ୍ଟାଇଲର ବୋଲ ବମ୍ ସାମଗ୍ରୀରେ ପସରା

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ହର ହର ମହାଦେବ ବୋଲ ବମ ଶ୍ରାବଣ ଆସିଲା ମାନେ ଭକ୍ତିର ଜୁଆର ଆସିଲା। ଆଉ ଅଗଷ୍ଟ ୦୩.ଶ୍ରାବଣ ପ୍ରଥମ ସୋମବାର। ସେଥିପାଇଁ ଶୁକ୍ରବାର ଠାରୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ହିଁ ଅସ୍ତରଙ୍ଗ ବଜାର ସାଜି ଉଠିଛି ବୋଲ ବମର ରଙ୍ଗରେ। ବ୍ୟବସାୟୀଙ୍କ ପସରା ଖୋଲି ଯାଇଛି। ମନ ପସନ୍ଦର ବାହୁଙ୍ଗୀ ଆଉ ମନ ପସନ୍ଦର ପୂଜା ସାମଗ୍ରୀ କିଣିବା ପାଇଁ କାଉଡିଆଙ୍କ ଭିଡ ଜମିଛି। ଏଥର ବଜାରରେ ଦେଖିବାକୁ ମିଳୁଛି ସମ୍ପୂର୍ଣ୍ଣ ନୂଆ ଷ୍ଟାଇଲ। ଅସ୍ତରଙ୍ଗ ମାର୍କେଟର ବ୍ୟବସାୟୀ ମାନେ ରାଜ୍ୟ ବାହାରୁ ଭଳିକି ଭଳି ସାମଗ୍ରୀ ଆଣି ପସରା ସଜାଇଛନ୍ତି। ଛୋଟ ଶିବ ଲିଙ୍ଗରୁ ଆରମ୍ଭ କରି ଘଣ୍ଟି, ତ୍ରିଶୂଳ, ହାତୀ, ଘୋଡା, ବିଭିନ୍ନ ପ୍ଲାଷ୍ଟିକ ଫୁଲ ସବୁ ଗୋଟେ ଜାଗାରେ ମିଳୁଛି। ଚଳିତ ବର୍ଷର ସବୁଠୁ ବଡ ଆକର୍ଷଣ ହେଉଛି ଲାଇଟି ଡମ୍ବୁର। ରାତି ହେଲେ ଜଳୁଥିବା ଏହି ଡମ୍ବୁରକୁ ନେଇ ଯୁବ କାଉଡିଆଙ୍କ ମଧ୍ୟରେ ଖୁବ କ୍ରେଜ। ମୂଲ୍ୟ ମଧ୍ୟ ହାତ ମୁଠାରେ – ମାତ୍ର ୪୦ ରୁ ୫୦ ଟଙ୍କା। ଏହା ବ୍ୟତୀତ ବେତ ବାହୁଙ୍ଗୀ, ଗୋଲଡେନ ସାପ, ଶିବ ଲିଙ୍ଗ ହାତୀ ଶୁଣ୍ଢ, ଦୀପ ଷ୍ଟାଣ୍ଡ, ଘୁଙ୍ଗୁର ଆଦି ପ୍ରାୟ ୪୦ ରୁ ଅଧିକ ପ୍ରକାର ବୋଲ ବମ୍ ସାମଗ୍ରୀ ବିକ୍ରି ହେଉଛି। କେବଳ ପୂଜା ସାମଗ୍ରୀ ନୁହେଁ, ଭକ୍ତିର ପୋଷାକ ମଧ୍ୟ ବଜାରକୁ ଆସିଛି। ଭଳିକି ଭଳି ରୁଦ୍ରାକ୍ଷ ମାଳି, ଗେରୁଆ କପଡା, ଆକର୍ଷଣୀୟ ଟି-ସାର୍ଟ ଉପରେ “ବୋଲ ବମ୍” ଲେଖା ଥିବା ପୋଷାକ ଦେଖିବାକୁ ମିଳୁଛି। ଯୁବକ ମାନେ ନିଜ ଷ୍ଟାଇଲରେ ବାହୁଙ୍ଗୀ ସଜାଇ ପାଦରେ ଘୁଙ୍ଗୁର ବାନ୍ଧି ବାହାରି ପଡୁଛନ୍ତି। ଜଣେ ବ୍ୟବସାୟୀ କହିଛନ୍ତି ଗତ ବର୍ଷ ତୁଳନାରେ ଏଥର ବିକ୍ରି ଦୁଇ ଗୁଣା ବଢିଛି। ଲାଇଟି ଡମ୍ବୁର ଆଉ ଗୋଲଡେନ ସାପ ସବୁଠୁ ଅଧିକ ବିକ୍ରି ହେଉଛି। ଲୋକେ ଏବେ ପାରମ୍ପରିକ ସହିତ ନୂଆ ଜିନିଷ ମଧ୍ୟ ଖୋଜୁଛନ୍ତି। ଅନ୍ୟ ଜଣେ କାଉଡିଆ କହିଛନ୍ତି , ଆମେ ଭଗବାନଙ୍କ ପାଇଁ ଜଳ ଢାଳିବାକୁ ଯାଉଛୁ। ସେଥିପାଇଁ ସବୁଠୁ ଭଲ ବାହୁଙ୍ଗୀ ଟା ନେବାକୁ ଚାହୁଁଛୁ। ଏହି ଲାଇଟି ଡମ୍ବୁର ବାଜିଲେ ରାସ୍ତାରେ ଯିବା ବେଳେ ଅଲଗା ମଜା ଆସିବ । ଶ୍ରାବଣ ମାସ ମାନେ କେବଳ ଉପବାସ ନୁହେଁ, ଏହା ହେଉଛି ଭକ୍ତି ଆଉ ବ୍ୟବସାୟର ମଧୁର ମାସ। ଅସ୍ତରଙ୍ଗ ବଜାରରେ ଏବେ ସକାଳୁ ରାତି ପର୍ଯ୍ୟନ୍ତ ଭିଡ। ପ୍ରତି ଦୋକାନରେ “ହର ହର ମହାଦେବ” ର ଧ୍ୱନି।ଆଜି ପ୍ରଥମ ସୋମବାରରେ ଅନେକ କାଉଡିଆ ଅସ୍ତରଙ୍ଗର ବିଭିନ୍ନ ଶିବ ମନ୍ଦିରକୁ ଜଳାଭିଷେକ କରିବେ ବୋଲି ଆଶା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ