ଫଟୋଗ୍ରାଫର ମହାସଂଘ ଓଡ଼ିଶାର ବାର୍ଷିକ ଉତ୍ସବ ପାଳିତ

କଟକ,(ଦୀପକ କୁମାର ବେଉରା): ନେତାଜୀ ସଂସ୍କୃତି ଭବନ ପରିସରରେ ଫଟୋଗ୍ରାଫର ମହାସଂଘ ଓଡ଼ିଶାର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମହାସଂଘର ସଭାପତି ସଞ୍ଜୟ ରଥଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରବାଟୀ କଟକ ବିଧାୟକ ସୋଫିଆ ଫିର୍ଦୋସ ,ସମ୍ମାନିତ ଅତିଥି ଭାବେ ବାପି ଘୋଷାଲ ,କଟକ ସଂଘର ସଭାପତି ସୁଜିତ ମିଶ୍ର, ସଚ୍ଚିତାନନ୍ଦ ସ୍ୱାଇଁ, ସାୟଦ ଜାଭେଦ ଏହମ୍ମଦ ଯୋଗଦେଇ ଥିଲେ । ମହାସଂଘର ସମ୍ପାଦକ ସୁଶାନ୍ତ ମହାନ୍ତି ବାର୍ଷିକ ବିବରଣୀ ପାଠ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହାସଂଘ ସହିତ ଅନୁବନ୍ଧିତ ରାଜ୍ୟର ୫୮ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ସଂଘର ସଦସ୍ୟମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ବହୁ ବରିଷ୍ଠ ଫଟୋଗ୍ରାଫର ମାନଙ୍କୁ ଅତିଥି ମାନଙ୍କଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ମହାସଂଘ ର ଲୋକ ସଂପର୍କ ଅଧିକାରୀ ପ୍ରକାଶ ମହକୁଲ ମଞ୍ଚ ପରିଚାଳନା କରିଥିବା ବେଳେ ଅବିନାଶ ପାତ୍ର ଦିଲ୍ଲୀପ ମହାନ୍ତି ,ରୁବି ନନ୍ଦ, ରବୀନ୍ଦ୍ର ନାରାୟଣ ହୋତା, ସଚ୍ଚିତାନନ୍ଦ ବେହେରା, ଆଶିଷ ମିତ୍ର, ପ୍ରକାଶ ମାଝୀ, ପ୍ରମୋଦ ପଣ୍ଡା, କଲ୍ୟାଣ ଭାଗବତ, ପ୍ରସନ୍ନ ସେନାପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରି ଶେଷରେ ସସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଦସ୍ୟ ଅତୁଲ ସାଂଘଭୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ