ବିଶ୍ବ ବାଣିଜ୍ୟ ଦିବସ ପାଳିତ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ତରଫରୁ ବିଶ୍ବ ବାଣିଜ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ ଗୌରୀଶଙ୍କର ଲାଲ ଯୋଗଦାନ କରି ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ବିଶ୍ବ ବାଣିଜ୍ୟ ଦିବସର ଆଭିମୁଖ୍ୟ ସମ୍ବନ୍ଧରେ ସଚେତନ କରାଇଥିଲେ। ପ୍ରଫେସର ଲାଲ୍ ସାମାଜିକ ବାଣିଜ୍ୟ ସମ୍ବନ୍ଧରେ ଏକ ମହତ୍ତ୍ୱପୂର୍ଣ୍ଣ ନିବନ୍ଧ ଉପସ୍ଥାପନ କରି ଆଧୁନିକ ଭାରତ ନିର୍ମାଣରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଅଜୟ।କୁମାର ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଭାଗର ମୁଖ୍ୟା ଡ ପିଙ୍କିରାଣୀ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ ଦାସ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବିଭାଗର ସହକାରୀ ପ୍ରଫେସର ଡ ସ୍ଥିତି ଦାସ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଏହି ଅବସରରେ ବିଭାଗର ଅଧ୍ୟାପକ ଦିପକ କୁମାର ବେହେରା,ଦୁର୍ଗା ପ୍ରସାଦ ବେହେରା, ନରେଶ ରାଉତ, ମାନସ ପଣ୍ଡା, ପ୍ରଫେସର ପ୍ରେରଣା ପଣ୍ଡା ଏବଂ ଜତୀନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗର ଛାତ୍ରୀ ଶୁଭଶ୍ରୀ ପାଢୀ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳଳ କରିଥିଲେ


