ଶିଖରେଶ୍ଵର ମନ୍ଦିରରେ ପାଣି ଢ଼ାଳିଲେ ବୋଲବମ୍ ଶ୍ରଦ୍ଧାଳୁ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଥିବା ସର୍ବ ପୂରାତନ ଶୈବପୀଠ ଭାବେ ପରିଚିତ ଶିଖରେଶ୍ଵର  ମନ୍ଦିରରେ ଆଜି ଶ୍ରାବଣ ମାସର ତୃତୀୟ ସୋମବାରରେ ବୋଲବମ ଭକ୍ତ ମାନେ ମନ ସ୍କାମନା ପୂରଣ ଲାଗି ଶିବ ଲିଙ୍ଗରେ ପାଣି ଢାଳିଛନ୍ତି। ଆଜି ଶସଙ୍ଗ ଗ୍ରମର ଶତାଧିକ କାଉଡ଼ିଆ ଫକିରପୁର ନିକଟସ୍ଥ ପୁଣ୍ୟତୋୟା ବୈତରଣୀରୁ ପୂଜାର୍ଚନା କରି କାଉଡ଼ି ଭାରରେ ଜଳ କଳସ ଆଣି  ଶିଖରେଶ୍ୱରଙ୍କ ନିକଟରେ ଜଳ ଲାଗି କରିଥିଲେ। ବୋଲବମ୍ ଭକ୍ତ ମାନେ ଭୋଲାବାବା ପାର କରେଗା, ଜଟିଆବାବା ପାର କରେଗା ଧ୍ୱନିରେ ସମଗ୍ର ଗ୍ରାମଟି ପ୍ରକମ୍ପିତ ହୋଇଥିଲା। କାଉଡ଼ିଆ ମାନେ ଗ୍ରାମ ପରିକ୍ରମା କରିବା ବେଳେ ଗ୍ରାମର ମହିଳା ମାନେ ଶଙ୍ଖ ହୁଳହୁଳି ଧ୍ବନି ଦେବା ସହ ଧୂପ ଦ୍ଵୀପରେ ବନ୍ଦାପନା କରୁଥିବା ଦେଖିବାକୁ ମିଳିଥିଲା। ପଣ୍ଡିତ ନିତ୍ୟାନନ୍ଦ ପାଢ଼ୀ, ମନ୍ଦିରରେ ପୂଜାର୍ଚନା କରିଥିଲେ। ଚକ୍ରଧର ସାହୁ, ସୁଧିର ବିଶ୍ୱାଳ, ସତ୍ୟବ୍ରତ ବିଶ୍ୱାଳ, ସରୋଜ କୁଅଁର, ଚନ୍ଦନ ସାମନ୍ତରାୟ, ଜଗନ୍ନାଥ ପାଢ଼ୀ, ରଙ୍କ ପାଢ଼ୀ, ମାନସ ପାଢ଼ୀ, ପ୍ରଭାତ ମଲ୍ଲିକ, ଆଲୋକ ବେହେରା, ଅଶ୍ରୁ୍ମୋଚନ ବିଶ୍ୱାଳ, ତୁଷାର ବିଶ୍ୱାଳ,  କଳ୍ପତରୁ ବିଶ୍ୱାଳ, ଶିବାନୀ ବିଶ୍ୱାଳ, ରବିନାରାୟଣ ବେହେରା, ବାପୁନ ବେହେରା,  ବିଭୁତି ଶା, ରୁଦ୍ରଜ୍ୟୋତି ଜେନା, ଶ୍ରେହାଂଶୁ ବିଶ୍ୱାଳ, ଶୁଭସ୍ମିତା ବିଶ୍ୱାଳ, ଶଶିକାନ୍ତ ସାହୁ, ଦୀପ୍ତିମାନ ବିଶ୍ୱାଳ, ସାଇରମ ନାୟକ, ଗଗନ ବିଶ୍ୱାଳ, ବାବନ ବିଶ୍ୱାଳ, ସୁବାଷ ଜେନା, ତପନ ସାହୁ,  ବଳରାମ ସାହୁ, ବିଜୟ ସାହୁ , ଇତିଶ୍ରୀ ବିଶ୍ୱାଳ, ପ୍ରଭୁ ବିଶ୍ୱାଳ, ସୁନୁ ନାୟକ, ସୁଶାନ୍ତ ବିଶ୍ୱାଳ, ବିଜୟ କୁମାର ବିଶ୍ୱାଳ, ସଂଜୟ କୁମାର ବିଶ୍ୱାଳ, ଅନନ୍ତ ସ୍ୱାଇଁ, ରାଜା ରାଉତ, ସୁନୀଲ ରାଉତ, ବାବିନ ଭୂୟାଁ, ସତ୍ୟବ୍ରତ ବେହେରା, ଚୈତନ ପୁହାଣ, ପପୂନୁ ବିଶ୍ୱାଳ, ଅଂଶୁମାନ ସ୍ୱାଇଁ, ଆୟୁଷ ସ୍ୱାଇଁ, ଲିପୁନ ସାହୁ, ସାଇ ପ୍ରସାଦ ସାହୁ, ଆଶିଷ ସ୍ୱାଇଁଙ୍କ ସମେତ ଶତାଧିକ କାଉଡ଼ିଆ ସାମିଲ ହୋଇଥିଲେ। ରାସ୍ତାରେ ବିଶ୍ୱକର୍ମା ପରିବାର ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ସୁଷମ ପାନୀୟ ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ