ଆଜି ଓଡିଆ ସାମ୍ବାଦିକତା ଦିବସ

ଆସିକା (ୱାଇଏନ୍‍ଏସ୍‍) : ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ୪ ତାରିଖରେ ପାଳିତ ହୋଇଥାଏ ଓଡିଆ ସାମ୍ବାଦିକତା ଦିବସ । ସମ୍ବାଦପତ୍ର ଓ ଗଣମାଧ୍ୟମ ଶିଳ୍ପର ଚରମ ପ୍ରଗତି ସମୟରେ ଏହାର ଇତିହାସ ଯଦି ପଢାଯାଏ ଆମକୁ ନିଶ୍ଚିତ ଭାବେ ହତଚକିତ ହେବାକୁ ପଡିବ । ୧୮୬୬ ମସିହାରେ କରାଳ ନଅଙ୍କ ଦୁର୍ଭିକ୍ଷର ହାହାକାର ଭିତରୁ ଓଡିଶାର ପ୍ରଥମ ସମ୍ବାଦପତ୍ର ଜନ୍ମ ନେଇଥିଲା । ୧୮୬୬ ମସିହା ଅଗଷ୍ଟ ମାସ ୪ ତାରିଖରେ ପ୍ରଥମ ପୂର୍ଣ୍ଣାଙ୍ଗ ଓଡିଆ ସମ୍ବାଦପତ୍ର ରୂପେ ପ୍ରଥମ ସାପ୍ତାହିକ ଉତ୍କଳ ଦୀପିକା ପ୍ରକାଶ ପାଇଥିଲା । ଓଡିଶାର ପରିଚୟ ଓ ଓଡିଆ ଜାତିର ଅସ୍ଥିତ୍ୱରେ ପ୍ରଥମ ସାପ୍ତାହିକ ଓଡିଆ ସମ୍ବାଦପତ୍ର ଉତ୍କଳଦୀପିକା ନୁଆଁ ପ୍ରାଣ ସଂଚାର କରିଥିଲା । ୧୮୬୬ ମସିହା ଅଗଷ୍ଟ ମାସ ୪ ତାରିଖ ଓଡିଆ ସାମ୍ବାଦିକତା ପାଇଁ ଗୌରବର ଦିନ ଭାବେ ଉଭା ହୋଇଥିଲା । ଏହି ଦିନ ପ୍ରଥମ ଓଡିଆ ଖବରକାଗଜ ଭାବେ ଉତ୍କଳ ଦୀପିକା ପ୍ରକାଶ ପାଇଥିଲା । ଗୌରୀ ଶଙ୍କର ରାୟ ଏହାର ପ୍ରଥମ ସଂପାଦକ ଥିଲେ । ପ୍ରଥମେ ଏହା ସାପ୍ତାହିକ ଓ ପରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା । ଯାହା ଓଡିଆ ସାମ୍ବାଦିକତା ଓ ଖବରକାଗଜ ପ୍ରକାଶନରେ ନୁଆଁ ଯୁଗ ଆରମ୍ଭ କରିଥିଲା । ତେଣୁ ପ୍ରତି ବର୍ଷ ଅଗଷ୍ଟ ମାସ ୪ ତାରିଖକୁ ଓଡିଆ ସମ୍ବାଦିକତା ଦିବସ ରୂପେ ପାଳନ କରାଯାଇଆସୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ