ବିଏଲ-୨ ପ୍ରଶିକ୍ଷଣ ଶିବିର
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାର୍ଟି ପକ୍ଷରୁ ଛତ୍ରପୁର ଠାରେ ବୁଥ୍ ଲେଭେଲ୍ ଏଜେଣ୍ଟ (ବିଏଲ ଓ -୨) ମାନଙ୍କ ନେଇ ଏକ ପ୍ରଶିକ୍ଷଣ ଶିବିର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି ତଥା ବିଏଲଓ -୧ ଅଶୋକ କୁମାର ପଟ୍ଟନାୟକ ଓ ଛତ୍ରପୁର ମୁନିସିପାଲିଟି କଂଗ୍ରେସ କମିଟି ସଭାପତି କାଳିଆ ରାଉଳ ଙ୍କ ସଂଯୋଜନା ଅନୁଷ୍ଠିତ ହୋଇଥିଲା। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମତଦାତା ତାଲିକାର ସ୍ବତନ୍ତ୍ର ଗଭୀର ପୁନରୀକ୍ଷଣ (ଏସ ଆଇ ଆର ), ନୂତନ ମତଦାତାଙ୍କ ନାମ ସଂଯୋଜନ, ତ୍ରୁଟି ସଂଶୋଧନ, ଦାବି ଓ ଆପତ୍ତ ପ୍ରକ୍ରିୟା ସହ ବିଏଲଓ -୨ଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନମନ୍ତ୍ରୀ ରାଘବ ପରିଡା , ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ରଶ୍ମିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ଜିଲ୍ଲା ସମ୍ପାଦିକା ସୁଜ୍ଞାନୀ ପଟ୍ଟନାୟକ ଓ ଛତ୍ରପୁର ବ୍ଲକ ସଭାପତି ସୁଦାମ ପୁରୋହିତ ଯୋଗଦେଇ କହିଥିଲେ ଯେ, ପ୍ରତ୍ୟେକ ବିଏଲ ନିଜ ନିଜ ବୁଥରେ ମତଦାତା ତାଲିକାକୁ ସଠିକ୍ ଓ ତ୍ରୁଟିମୁକ୍ତ କରିବା ସହ ଯୋଗ୍ୟ ମତଦାତାଙ୍କ ନାମ ସୁନିଶ୍ଚିତ କରିବାରେ ସକ୍ରିୟ ଭୂମିକା ନେବା ଆବଶ୍ୟକ। ସଂଗଠନକୁ ଆହୁରି ସୁଦୃଢ଼ କରି କରିବା ଏବଂ ତୃଣମୂଳ ସ୍ବରରେ ଦଳୀୟ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରିବା ଉପରେ ମଧ୍ୟ ସେମାନେ ଗୁରୁତ୍ବାରୋପ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କୃଷକ ସେଲ ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ,ଶତ୍ରୁଘନ ବେହେରା, କାଳୁ ଚରଣ ତ୍ରିପାଠୀ, ଲିଙ୍ଗରାଜ ନାୟକ ଙ୍କ ସମେତ ବହୁ ବିଏଲ – ୨ ଏବଂ ଦଳୀୟ ନେତା କର୍ମୀ ମାନେ ଉପସ୍ଥିତ ଥିଲେ l


