ମାସିକ ମଣ୍ଡଳ ସ୍ତରୀୟ ବୈଠକ
ମାଲକାନଗିରି(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପିର ମାସିକ ମଣ୍ଡଳ ବୈଠକ ଆୟୋଜିତ ହୋଇଯାଇଛି ।ଏହି ବୈଠକରେ ମାଲକାନଗିରି ଓ ଗୌଡଗୁଡ଼ା ମଣ୍ଡଳର ସଭାପତି ଦିଲ୍ଲୀପ ଦଣ୍ଡପାଟି ଓ ଜୟଦେବ ମଣ୍ଡଳ ମଞ୍ଚାସିନ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ଅଶୋକ ପରିଡ଼ା, ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରଭାରି ତଥା ରାଜ୍ୟ ଉପ ସଭାପତି ରମେଶ ସାହୁ ଯୋଗ ଦେଇ ଦଳକୁ ତୃଣମୂଳ ସ୍ତରରୁ କିଭଲି ରାଜନୈତିକ ରଣନୀତିକୁ ପରିଚାଳନା କରାଯିବ ଏହା ଏକ ମାଧ୍ୟମ ରହିଥିବା ବେଳେ ଦଳ ପାଇଁ ଏହା ଏକ ପ୍ରମୁଖ ସାଂଗଠନିକ ବ୍ୟବସ୍ଥା ସୃଷ୍ଟି କରିଥାଏ । ବିଜେପିର ସାଂଗଠନିକ ବୈଠକ କର୍ମକର୍ତ୍ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ । ଏହି ମାସିକ ବୈଠକର ମୂଳ ଉଦ୍ଦେଶ୍ୟ ହେଉଛି ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦେଶ କ୍ରମେ ତୃମୂଳସ୍ତରରେ କେନ୍ଦ୍ରୀୟ ଦଳର ନିର୍ଦ୍ଦେଶାବଳୀ ମାଧ୍ୟମରେ ମାସିକ ବୈଠକରେ ଶକ୍ତି କେନ୍ଦ୍ର,ବୁଥ କମିଟି, ବିଏଲ ଏ-୨, ଏସ ଆଇ ଆର୍ କୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ବାବଦରେ ଆଲୋଚନା କରିଥିଲେ । ଏଥି ସହ ଆଗାମୀ ଆଗଷ୍ଟ ୧୧,୧୨,୧୩,୧୪ ତାରିଖ ରେ ଆୟୋଜିତ ହେବାକୁ ଥିବା ତ୍ରିରଙ୍ଗା ରାଲି, ହର୍ ଘର୍ ତ୍ରିରଙ୍ଗା କାର୍ଯକ୍ରମକୁ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ପ୍ରଭାରି ବାଲାଜୀ ପୋଡାଲ, ଭବାନୀ ଶଙ୍କର ମୁଖାର୍ଜୀ,ଦୁଇ ମଣ୍ଡଳର ୧୦୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା, ଦଳର ବିଭିନ୍ନ ସମ୍ମୁଖ ସଂଗଠନ (ମୋର୍ଚ୍ଚା) ର ମୁଖ୍ୟ, ୱାର୍ଡ ସଂଯୋଜକ ଏବଂ ସ୍ଥାନୀୟ ବୁଥ୍ ସଭାପତି (ବୁଥ୍ ଅଧ୍ୟକ୍ଷ) ମାନେ ସାମିଲ ହୋଇଥିଲେ ।


