ରାଜା ବନ୍ଦ ରାସ୍ତା ବର୍ଷାରେ ଶୋଚନୀୟ
ବାମରା,(ମନୋଜ କୁମାର ରାଜ): ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ସ୍ଥିତ ରାଜା ବନ୍ଦ ରାସ୍ତା ଅତି ଦହନୀୟ ହୋଇ ଯାଇ ଥିବାରୁ ଜଣ ସାଧାରଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ରାସ୍ତା ପାଇଁ ପ୍ରଶାସନ କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ ରାସ୍ତା ମରାମତି କାମ ହୋଇ ପାରୁ ନାହିଁ । ରାଜା ବନ୍ଦ ରାସ୍ତା ଉଭୟ ପାଖ ରେ ବର୍ତ୍ତମାନ୍ ପ୍ରାୟ ୫୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ତାଙ୍କର ଏକ ମାତ୍ର ରାସ୍ତା ଅନ୍ୟ କୌଣସି ବିକଳ୍ପ ମଧ୍ୟ ନାହିଁ କି ଯାତାୟାତ ହୋଇ ପାରିବ। ଏବଂ ଏହି ରାସ୍ତା ଉପରେ ମଧ୍ୟ ସମୂର୍ଣ୍ଣ ଗୋବିନ୍ଦପୁର ଗ୍ରାମ ବସି ନିର୍ଭରଶିଲ ଅଟନ୍ତି। ।।। କାରଣ ଏହି ରାସ୍ତା କୁ ଦେଇ ବାମରା ରାଜା ବନ୍ଦ, ରାଣୀ ବନ୍ଦ,ମନ୍ତ୍ରୀ ବନ୍ଦ ଅଛି । ଗ୍ରାମବାସୀ ଏହି ବନ୍ଦ ଉପରେ ଗାଧୋଇବା ପାଇଁ ନିର୍ଭର୍ଶିଲ ଅଟନ୍ତି । ରାସ୍ତା ଟି ୫୦୦ ମିଟର ପାଖା ପାଖି ସମ୍ପୂର୍ଣ ଖାଲ ଖମା ରେ ଭର୍ତ୍ତି ହୋଇଛି । ଜଣ ସାଧାରଣ ଏପରି କି ଚାଲି ଚାଲି ମଧ୍ୟ ଯାତାୟାତ କରିବା ସମ୍ଭବ ହେଉ ନାହିଁ ତ ୫୦ ପରିବାର କିପରି ଯାତାୟାତ କରିବେ । ନା ମୋଟର ସାଇକେଲ,ନା ଚାରି ଚକିଆ ଯାନ ଯାଇ ପାରିବ । ବର୍ତ୍ତମାନ୍ ଚିନ୍ତା ର ବିଷୟ ଯେ ସ୍କୁଲ ଛ।ତ୍ର,ଛାତ୍ରୀ, ଛୋଟ ଛୋଟ ପିଲା ଛୁଆ ମାନେ ପାଠ ପଡ଼ିବ ପାଇଁ ଯିବେ କିପରି ? । କୌଣସି ଜରୁରୀ କାଳୀନ ପରି ସ୍ଥିତି – ଗର୍ଭବତି ମା ଆମ୍ବୁଲାନ୍ସ,କିମ୍ବା ଅଗ୍ନି ବିଭାଗ,କିମ୍ବା 108 ସେବା ଯୋଗାଇବା ସମ୍ଭବ ହୋଇ ପାରିବ ନାହିଁ। ଯାହା କି ୫୦୦ ମିଟର ଖଟ ରେ ବୋହି ଆଣିଲେ ମୁଖ୍ୟ ରାସ୍ତା ରୁ ସେବା ଯୋଗାଇବା ସମ୍ଭବ ହୋଇ ପାରିବେ । ସେତେ ବେଳେ ପ୍ରଶାସନ ତତ୍ପରତା ଦେଖାଇବା ବାଧ୍ୟ ହୋଇ ସେବା ଯୋଗାଇବା । ଉକ୍ତ ରାସ୍ତା ର ସବୁ ଦିନ ପାଇଁ ସ୍ଥାୟୀ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ସାମିଲ କରି ଶୀଘ୍ର ରାସ୍ତା ନିର୍ମାଣ କାରା ଯାଉ ନଚେତ୍ ଗ୍ରାମବାସୀ କହିବା ଅନୁସାରେ ଆଗାମୀ ଦିନରେ ରାଜ ରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।


