ଅପହୃତା ନାବାଳିକା କଲେଜ ଛାତ୍ରୀ ଉଦ୍ଧାର
ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳରୁ ଅପହୃତା ନାବାଳିକା କଲେଜ ଛାତ୍ରୀ(୧୭ ବର୍ଷୀୟା)କୁ ନନ୍ଦିପଦା ପୋଲିସ ଶୁକ୍ରବାର ଉଦ୍ଧାର କରିଛି l ଛାତ୍ରୀ ଜଣକୁ ସୋସୋ ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଛନ୍ତି l ଅପର ପକ୍ଷେ ତଦନ୍ତକାରୀ ଅଧିକାରିଣୀ ତ୍ରିପୁରା ପ୍ରିୟଦର୍ଶିନୀ କହିଛନ୍ତି ଯେ ଅଭିଯୁକ୍ତ ଆନନ୍ଦପୁର ଥାନା ଅନ୍ତର୍ଗତ ଆମ୍ବଗଡିଆ ଗ୍ରାମର କୁଳମଣି ଯେନାଙ୍କ ପୁଅ ରତିକାନ୍ତ ଫେରାର ହେବାରେ ସକ୍ଷମ ହୋଇଥିବାରୁ ତାକୁ ଗିରଫ କରାଯାଇପାରିନି l ଉଦ୍ଧାର ପରେ ଆଇନଗତ ବ୍ୟବସ୍ଥା ଅନୁସାରେ ଛାତ୍ରୀ ଜଣକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ସୂଚନା ଯୋଗ୍ୟ,ଗତ ଅଗଷ୍ଟ ୫ ତାରିଖ ବୁଧବାର ଛାତ୍ରୀ ଜଣକ କଲେଜ ଆସିଥିବା ବେଳେ ଅଭିଯୁକ୍ତ ରତିକାନ୍ତ ତାକୁ ଅପହରଣ କରିଥିଲା l ଛାତ୍ରୀଙ୍କ ପରିବାର ତରଫରୁ ଏ ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହେବା ପରେ ମାମଲା ନଂ ୩୧୭/୨୦୨୬ ପଞ୍ଜିକରଣ ହୋଇଥିଲା l


