ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ : ୩ ମହିଳାଙ୍କ ସମେତ ୯ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିି ବ୍ଲକ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମ ରେ ଥିବା କିଛି ସରକାରୀ ଜମିକୁ ଗ୍ରାମର ମଥୁରା ଗୌଡ଼ ଏବଂ ବିକ୍ରମ ଚୌଧୁରୀ  ଦୁଇ ପରିବାର ଦୀର୍ଘବର୍ଷ ଧରି ଦଖଲ କରିବା ସହ ଚାଷ କରି ଫସଲ ଅମଳ କରି ଆସୁଛନ୍ତି। ନିୟମିତ ଭାବେ ରାଜସ୍ବ ଖଜଣା ପାଉତି ଦାଖଲ କରି ଉକ୍ତ ଜମିରେ ଧାନ, ମୁଗ, ବିରି, କାନ୍ଦୁଲ ଓ ପନିପରିବା ପ୍ରଭୃତି ସେମାନେ ଚାଷ କରି ଆସୁଥିବା ବେଳେ ଉକ୍ତ ସରକାରୀ ଚାଷ ଜମିକୁ ନେଇ ଗତ କିଛି ବର୍ଷ ଧରି ଉଭୟ ପରିବାର ଲୋକଙ୍କ ମଧ୍ୟରେ  ବିବାଦ ଲାଗିରହିଛି। ପ୍ରତିବର୍ଷ ଫସଲ ଚାଷ ଏବଂ ଅମଳ ବେଳକୁ ଉଭୟ ପରିବାର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥାଏ। ଏପରିକି ପରସ୍ପର ଗୋଷ୍ଠୀ ପକ୍ଷରୁ  ଉକ୍ତ ଚାଷ ଜମିରେ ଗୋରୁ ,ଛେଳି, ମେଣ୍ଢା ପଲ ପୁରାଇ ଫସଲ ନଷ୍ଟ କରିଦିଅନ୍ତି। ବୁଧବାର ଏନେଇ ଦୁଇ ପରିବାର ର କିଛି ବ୍ୟକ୍ତିଙ୍କ ମଧ୍ୟରେ କଥା କଟାକଟି ଓ ବଚସା ହୋଇଥିଲା।ପରେ ଏହା ଉଗ୍ରରୂପ ନେଇଥିଲା।ଉଭୟ ପରିବାର  ଲୋକେ ବିଭିନ୍ନ ମାରଣାସ୍ତ୍ର ଧରି ପରସ୍ପର ଙ୍କୁ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ।ଆହାତ ମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ଖବରପାଇ ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ସଦଳବଳେ  ପହଞ୍ଚି ଉଭୟପକ୍ଷ ଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ସ୍ଥିତି ଗମ୍ଭୀର ହୋଇ ପଡ଼ିଥିଲା। ଉଭୟପକ୍ଷ ନିଜ ନିଜ ଜିଦ୍ ରେ ଅଟଳ ରହିଥିଲେ।ପରେ ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ  ୧ ସେକ୍ସନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଉଭୟପକ୍ଷ ଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଉଭୟ ପରିବାର ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଥିଲା। ଉଭୟପକ୍ଷ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ପୋଲିସ ପକ୍ଷରୁ ମାମଲା ନଂ.୩୧୭/୨୬ ଏବଂ ୩୧୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ  କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ