ପିଏଚଡି ରୋଡ଼ କେନାଲ କଡରୁ କିଙ୍ଗ କୋବ୍ରା ଉଦ୍ଧାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ପିଏଚଡି ରୋଡ଼ କେନାଲ କଡ ମୋବାଇଲ ଟାୱାର ନିକଟରୁ ପ୍ରାୟ ୧୨ ଫୁଟ ଲମ୍ବ ର ଏକ ଅହିରାଜ (କିଙ୍ଗକୋବ୍ରା) ସାପ କୁ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଉଦ୍ଧାର କରି ନିକଟସ୍ଥ ଚାଙ୍ଗୁଡି ଦେଇ ଜଙ୍ଗଲରେ ଛାଡ଼ିଦେଇଥିବା ଜଣାପଡିଛି। ଅହିରାଜ ସାପ ଟି ସେଠାରେ ରହି ଗର୍ଜନ କରୁଥିବା ବେଳେ ସ୍ଥାନୀୟ ନୂଆସାହି ଏବଂ ଉମା ଶଙ୍କର କଲୋନୀ ର କିଛି ଯୁବକ ସାପ ଟିକୁ ପ୍ରଥମେ ଦେଖିଥିଲେ।ଖବର ପ୍ରଚାରିତ ହେବାପରେ ସାପ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ହୋଇଥିଲା। ଏନେଇ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟକୁ ସୂଚନା ଦିଆଯିବା ପରେ ବନ ବିଭାଗ କର୍ତ୍ତୃପକ୍ଷ ଶେରଗଡ଼ ର ସ୍ନେକ ହେଲ୍ପଲାଇନ ସଦସ୍ୟ ଙ୍କୁ ଜଣାଇଥିଲେ। ସ୍ନେକ ହେଲ୍ପଲାଇନ ର ଦୁଇଜଣ ସଦସ୍ୟ ଙ୍କ ସହାୟତା ରେ ଅତ୍ୟନ୍ତ ସନ୍ତର୍ପଣ ସହକାରେ ପୁରୁଷ ପ୍ରଜାତିର ଅହିରାଜ ( କିଙ୍ଗକୋବ୍ରା) କୁ ଧରି ନିକଟସ୍ଥ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ସୁରକ୍ଷିତ ଅବସ୍ଥାରେ ଛଡ଼ାଯାଇଥିବା ଜଣାପଡ଼ିଛି। ଅହିରାଜ ଟି କେନାଲ ପାଣି ରେ ଭାସି ଆସିଥିବା ସାହି ବାସିନ୍ଦା ଅନୁମାନ କରିଛନ୍ତି। ଅପରପକ୍ଷରେ ନିକଟସ୍ଥ ଜଙ୍ଗଲରୁ ଅହିରାଜ ସାପ ଗୁଡିକ ବାରମ୍ବାର ଜନବସତି ଅଞ୍ଚଳକୁ ଚାଲି ଆସୁଥିବା ର ଯଥେଷ୍ଟ କାରଣ ଜଣାପଡୁନାହିଁ। ବ୍ୟାପକ ଜଙ୍ଗଲ କ୍ଷୟ ଯୋଗୁଁ ଅହିରାଜ ସାପ ଗୁଡ଼ିକ ଜନବସତି କୁ ଚାଲି ଆସୁଥିବା ପ୍ରାଣୀ ବିଜ୍ଞାନୀ ମାନଙ୍କ ସହ ଆଲୋଚନା ରୁ ଜଣାପଡ଼ିଛି


