ମୁଠା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ପ୍ରତିଭା ସମ୍ମାନ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ମୁଠା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଗୋବରା ବାସୁଦେବପୁର ସ୍ଥିତ ଗୋପାଳ ସମାଜ ଗୃହ ଠାରେ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଠା ସଭାପତି କୈଳାସ ଚନ୍ଦ୍ର ଗୌଡଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ସମାଜ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ପ୍ରତିଟି ସମ୍ମାନ ଛାତ୍ରଛାତ୍ରୀଙ୍କ ଉତ୍ସାହ ବଢାଇବା ସହିତ ଉନ୍ନତ ଭବିଷ୍ୟତ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିଥାଏ କରିଥାଏ ବୋଲି ପ୍ରକାଶ କରିଥିଲେ। ତେଣୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନ ପ୍ରଦାନ କରିବା ପାଇଁ ସମାଜର ପ୍ରତ୍ୟେକ ବର୍ଗ ଆଗେଇ ଆସିବା ଉଚିତ୍ ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ସୋରଡ଼ା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ,କ୍ଷତ୍ରିୟବରପୁର ସରପଞ୍ଚ କମଳ କୁମାରୀ ପ୍ରଧାନ,ସମିତି ସଭ୍ୟ କୁଞ୍ଜ ବିହାରୀ ନାୟକ,ସମାଜସେବୀ ଗୋପାଳ କୃଷ୍ଣ ରାଉତ,ଗୌରହରି ସ୍ୱାଇଁ,ବିଦ୍ୟାଧର ଗୌଡ଼, ପୁର୍ବତନ ସରପଞ୍ଚ ସଞ୍ଜୟ କୁମାର ପ୍ରଧାନ,ରାଜେନ୍ଦ୍ର ଗୌଡ଼,ରାଧାସ୍ବାମୀ ରାଜୁ, ଯୁଧିଷ୍ଠିର ଗୌଡ଼,କାମରାଜୁ ଗୌଡ଼,ନାରାୟଣ ଗୌଡ଼, ଜୁରେଶ୍ୱର ଗୌଡ଼,ପୂର୍ଣ୍ଣ ଚନ୍ଦ୍ର ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଉଭୟ ଦଶମ ଶ୍ରେଣୀ ଏବଂ ଯୁକ୍ତ ଦୁଇ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୭୦ ପ୍ରତିଶତରୁ ଅଧିକ ନମ୍ୱର୍ ରଖି ଉତ୍ତୀର୍ଣ୍ଣ ହୋଇଥିବା ସମାଜର ଛାତ୍ରଛାତ୍ରୀଙ୍କୁ ସମାଜ ପକ୍ଷରୁ ସମ୍ମାନିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ