ବରିଷ୍ଠ କଂଗ୍ରେସ ନେତା ରବୀନ୍ଦ୍ର ଜେନାଙ୍କ ପୁତ୍ର ବିୟୋଗ
କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ତଥା ମାହାଙ୍ଗା ବ୍ଳକ କୁହୁଣ୍ଡା ପଞ୍ଚାୟତ ନିବାସୀ ରବୀନ୍ଦ୍ର ଜେନା ଙ୍କ ଏକ ମାତ୍ର ପୁତ୍ର ପ୍ରମୋଦ ଜେନା ୩୫ଙ୍କର ଅକାଳ ବିୟୋଗ ଘଟିଛି । ଏହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ପାର୍ଥିବ ଶରୀର କଟକ ବଡ଼ ମେଡିକାଲରୁ ଗାଁ ଅଭିମୁଖେ ଯାତ୍ରା କରୁଥିବା ସମୟରେ କଟକ ପ୍ରେସ ଛକ ଠାରେ ମହିଳା କଂଗ୍ରେସ ତରଫରୁ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କଟକ ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରିଟିଛନ୍ଦା କୈବଲ୍ୟ ନାୟକ ଶ୍ରଦ୍ଧାଞ୍ଜଳି ଦେବା ସହ ଉଗ୍ରସେନ ଭୂୟାଁ, ଶିଶିର ରଥଙ୍କ ସହ ରାମ ଚନ୍ଦ୍ର ଜେନା, ରବୀନ୍ଦ୍ର ଜେନା, ଚକ୍ରଧର ଜେନା, ଅଲେଖ ଜେନା, ମାଧବ ଜେନା, କାହୁଁ ମଲିକ, ଵେନୁ ମଲିକ ଉପସ୍ଥିତ ରହି ସମବେଦନା ଜଣାଇଥିଲେ ।


