ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡିଖୋଲ ଗାଁର ପାର୍ଥ ଜାନି(୧୯)। ଦିଗପହଣ୍ଡି – ତପ୍ତପାଣି ୩୨୬ ନଂ ଜାତୀୟ ରାଜପଥର ରାଜନାପଲ୍ଲୀ ଗାଁ ନିକଟ ମୁଖ୍ୟରାସ୍ତାରେ ଶନିବାର ବିଳମ୍ବିତ ରାତିରେ କୌଣସି ଏକ ଗାଡ଼ି ଧକ୍କାରେ ପାର୍ଥ ମୃତ୍ୟୁବରଣ କରିଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଏନେଇ ପାର୍ଥଙ୍କ ବାପା ରାମ ଜାନି ଏତଲା ହେବାପରେ ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୨୨୮/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ଫାଣ୍ଡି ଏଏସଆଇ ପି.କେ. ବାଲିକାନା ବିଭିନ୍ନ ଗାଁ ର କିଛି ବ୍ୟକ୍ତି ଙ୍କ ଘରେ ଓ ଦୋକାନ ମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଦୁର୍ଘଟଣାର ତଦନ୍ତ ଚଳାଇଛନ୍ତି।


