ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବେଲଗୁଣ୍ଠା ସ୍ଥିତ ସୁତୁମସର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ପ୍ରଦ୍ୟୁମ୍ନ ସାହୁ ଯୋଗଦେଇ ଥିଲେ।ସଂକୁଳ ପ୍ରମୁଖ ପ୍ରଶନ୍ନ କୁମାର ପ୍ରଧାନ, ସହଜିଲ୍ଲା ପ୍ରମୁଖ ତ୍ରିନାଥ ଗୌଡ଼, ବିଜ୍ଞାନର ମହତ୍ଵ ବିଷୟରେ ଆଲୋକ ପାତ କରିଥିଲେ।ସଂକୁଳ ସଂଯୋଜକ ପୁଣ୍ଣଚନ୍ଦ୍ର ପଣ୍ଡା ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।ଅନୁଷ୍ଠାନର ସଭାପତି ବିଜୟ କୁମାର ସ୍ୱାଇଁ ସମ୍ପାଦକ ପବିତ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଏହି ଅଞ୍ଚଳର ୧୭ ଜଣ ବିଜ୍ଞାନ ଶିକ୍ଷକ ନିରୀକ୍ଷକ ରୂପ ଯୋଗ ଦେଇ ନିରୀକ୍ଷଣ କରିଥିଲେ । ସଂକୁଳ ଅନ୍ତର୍ଗତ ୧୧ଟି ବିଦ୍ୟାଳୟରେ ୩୩୫ଜଣ ପ୍ରତିଭାଗୀ ଯୋଗଦେଇଥିଲେ।ପରିଚାଳନା ଦୃଷ୍ଟିରୁ ୧୦ ଜଣ ପ୍ରଧାନ ଆଚାର୍ଯ୍ୟ ଓ ୩୬ ଜଣ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଗୁରୁମା ଜୟନ୍ତୀ ସାହୁ ପରିଚାଳନା କରିଥିବା ବେଳେ, ଗୀତା ଗୁରୁମା ମଞ୍ଚ ପରିଚାଳନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ, ଉପଦେଷ୍ଟା ରବୀନ୍ଦ୍ର ନାଥ ରଥ ଅତିଥି ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।


