ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଲୋଚନା ଚକ୍ର

ଛତ୍ରପୁର(ଓ୍ବାଇଏନଏସ): ଛତ୍ରପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି, ଓଡ଼ିଶାର ତତ୍ତ୍ୱାବଧାନରେ “ସମ୍ଭାଗ ସ୍ତରୀୟ ଆଧାର ସ୍ତର ପ୍ରମୁଖ କାର୍ଯ୍ୟଶାଳା ଓ ବିଦ୍ୱତ୍ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଧାର ସ୍ତର ପ୍ରମୁଖ କର୍ମଶାଳା କାର୍ଯ୍ୟକ୍ରମ  ତିନି ଦିନ ଧରି ଚାଲିଥିଲା । ଉଦ୍ଘାଟନୀ ଉତ୍ସବରେ ଦକ୍ଷିଣ ପୂର୍ବ ସମ୍ଭାଗ ସଭାପତି  ଦୀପକ ମହାରଣାଙ୍କ ତତ୍ଵାଵଧାନରେ ଉଦ୍ଘାଟନ ହୋଇଥି ବେଳେ ମୁଖ୍ୟ ଅତିଥି ରୂପେ ଦକ୍ଷିଣ-ପୂର୍ବ ସଂଭାଗ  ସଭାପତି ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ.ତାରା ପ୍ରସାଦ ଦାଶ ଯୋଗ ଦେଇଥିଲେ।  ବିଦ୍ୟାଳୟ ସଭାପତି  ପଦ୍ମ ଚରଣ ସାହୁ ଅଧ୍ୟକ୍ଷତା କରିଥିଲା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଟି ସୁରେଶ କୁମାର ଆଚାରୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଗଂଜାମ, ଗଜପତି ଓ ଫୁଲଵାଣୀ ଜିଲ୍ଲାର ଶିଶୁ ବାଟିକା ବିଭାଗରୁ ୭୩ ଜଣ ଗୁରୁଜୀ, ଗୁରୁମା ପ୍ରଶିକ୍ଷିତ ହୋଇଥିଲେ ।  ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ଆଧାରରେ ଶିକ୍ଷଣ ପକ୍ରିୟାର ସଫଳ କ୍ରିୟାନ୍ୱୟନ  ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ଯା ଭାରତୀର ପ୍ରଶିକ୍ଷଣ ସଂଯୋଜକ ଅଶୋକ କୁମାର ପଣ୍ଡା, ପ୍ରାନ୍ତ ଓ କ୍ଷେତ୍ରୀୟ ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ , ପ୍ରାନ୍ତ ଶିଶୁ ବାଟିକା ସହ ସଂଯୋଜକ ମନୋରଞ୍ଜନ କର ,  ଅଭିଜ୍ଞ ପ୍ରଶିକ୍ଷକ ରୂପେ ଦକ୍ଷିଣ ପୂର୍ବ ସମ୍ଭାଗ ସଂଯୋଜକ ଵିଭୂତି ଭୂଷଣ ପାଇକରାୟ,, ସହ ସଂଯୋଜକ ତଥା ଗଂଜାମ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ, ସମ୍ଭାଗ ଶିଶୁ ବାଟିକା ସଂଯୋଜକ ଅରୁଣ ବାଗ, ଫୁଲବାଣୀ ବିଭାଗ ନିରୀକ୍ଷକ ସନ୍ତୋଷ ପାଢ଼ୀ, ସମ୍ଭାଗ ଶିଶୁ ବାଟିକା ପ୍ରମୁଖ ଵି. ସୁଶୀଳା କୁମାରୀ ପ୍ରମୁଖ  ପଞ୍ଚପଦୀ ଅଧିଗମ ପଦ୍ଧତି ଉପରେ ବିସ୍ତୃତ ଭାବେ ରୂପେ ଆଲୋକପାତ କରିଥିଲେ ।  ସମାରୋପ ଉତ୍ସବରେ ସନ୍ତୋଷ କୁମାର ପାଢୀ ଅତିଥି ପରିଚୟ କରିଥିବା ବେଳେ ମନୋରଞ୍ଜନ କର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ବିଦ୍ୟାଳୟ ସଂପାଦକ ତଥା ସରକାରୀ ଓକିଲ ସନ୍ତୋଷ କୁମାର ସାହୁ ଅଧ୍ୟକ୍ଷତା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଉପସଭାପତି ଗୀତା ପାଢୀ,ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ସଦସ୍ୟା ସୁନୀତା ସେଠୀ ଓ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପୁନଶ୍ଚ ଅଗଷ୍ଟ ୮ ତାରିଖରେ ସନ୍ଧ୍ୟାରେ ବିଦ୍ୟାଳୟ ବିଦ୍ଵତ୍ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଇତ୍ୟବସରରେ ସନ୍ଧ୍ୟାରସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କୁ ନେଇ ହିନ୍ଦୁ ଜୀବନ ଶୈଳୀ ଓ ପାଶ୍ଚାତ୍ୟ ପ୍ରଭାବ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ବିଜ୍ଞାନ ମହାଵିଦ୍ୟାଳୟ, ଛତ୍ରପୁର ର ଅଧ୍ୟକ୍ଷ ତଥା ଆମ ବିଦ୍ୟାଳୟ ବିଦ୍ବତ୍ ପରିଷଦର ସଭାପତି ଡ଼ଃ ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । କମ୍ପ୍ୟୁଟର  ଆଚାର୍ଯ୍ୟ  ଦୀପକ କୁମାର ଦାଶ ଅତିଥି ପରିଚୟ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।    ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ଆଚାର୍ଯ୍ୟ ପ୍ରତିନିଧି ମନୋରଞ୍ଜନ ଦାଶ ସମସ୍ତ ଉପସ୍ଥିତ ଥିଲେ । ଏଥିରେ ବିଦ୍ୟାଳୟର ପରିଚାଳନା କମିଟି, ଗୁରୁଜୀ ଗୁରୁମା, ସେବକ ସେବିକାଙ୍କ ପୂର୍ଣ୍ଣ ସହଯୋଗ ଫଳରେ ଏହି ତିନି ଦିନିଆ କାର୍ଯ୍ୟକ୍ରମ ସଫଳତା ପୂର୍ବକ ସମାପ୍ତ ହୋଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ