ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଇଲେଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ ( ETC) ବିଭାଗର ଛାତ୍ରଛାତ୍ରୀ ବଡ଼ଧରଣର ସଫଳତା ଅର୍ଜନ କରିଛନ୍ତି l ଉଲ୍ଲେଖଯୋଗ୍ୟ ଯେ ଏହି ବିଭାଗର ମୋଟ ତିରିଶ ଜଣ ଛାତ୍ରଛାତ୍ରୀ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ବିଶ୍ୱଜିତ ସାହୁଙ୍କ ମାର୍ଗଦର୍ଶନ ତଥା ଅଧ୍ୟାପକ ଡ. ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ଓ ଶ୍ରୀଯୁକ୍ତ ରାମଚନ୍ଦ୍ର ସ୍ୱାଇଁଙ୍କ ସହଯୋଗରେ ରୋବୋଟିକ୍ସ ବିଷୟରେ ସ୍ୱତନ୍ତ୍ର କୌଶଳ ଓ ଦକ୍ଷତା ଅର୍ଜନ କରି ବିଭିନ୍ନ ସରକାରୀ ବିଦ୍ୟାଳୟରେ ରୋବୋଟିକ୍ସ ପ୍ରଶିକ୍ଷକ ଭାବରେ ନିଯୁକ୍ତି ଲାଭ କରିଛନ୍ତି l ଏହି ସଫଳତା ନିମନ୍ତେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅସୀମା ସାହୁ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟନାୟକ,କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ ପ୍ରମୁଖ ସନ୍ତୋଷ ବ୍ୟକ୍ତ କରିବା ସହ ନବନିଯୁକ୍ତ ସମସ୍ତ ଛାତ୍ରଛାତ୍ରୀ ତଥା ବିଭାଗର ଅଧ୍ୟାପକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି l


