ଆବାସ ଯୋଜନାରେ ସାମିଲ ପାଇଁ ବିଡିଓଙ୍କୁ ଗୁହାରି ଲିଷ୍ଟରୁ ନା କଟାଯାଇଥିବା ଅଭିଯୋଗ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ଆବାସ ଯୋଜନା ରେ ସମାଜ ର ଅବହେଳିତ ବର୍ଗ ଙ୍କୁ ଘର ଯୋଗେଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିବା ସରକାର ଙ୍କ ଲକ୍ଷ ରହିଥିବା ବେଳେ ଚିକିଟି ବ୍ଲକ ରେ ବିପରୀତ ଦିଗ ପରିଲକ୍ଷିତ ହୋଇଛି.ଏମିତି କି ଆବାସ ଯୋଜନା ରେ ଘର ପାଇବା ପାଇଁ ଯୋଗ୍ୟ ଓ ଲିଷ୍ଟ ରେ ନା ଥାଇ କଟାଯାଇଥିବା ଭଳି ଗୁରୁତର ଅଭିଯୋଗ ଆସିଛି। ସରକାରୀ କର୍ମଚାରୀ ଙ୍କ ଦୁସ୍ଥ ମାନସିକତା ନା କୌଣସି ଚାପ ରେ ହିତାଧିକାରୀ ବଳି ପଡୁଛନ୍ତି ଏହାର ବିଧିବଦ୍ଧ ତଦନ୍ତ ର ଆବଶ୍ୟକତା ରହିଛି.ଅଭିଯୋଗ ଆସିଛି ବ୍ଲକ ର ଲାଲମେଣ୍ଟା ଲଷ୍ମୀ ନାରାୟଣ ପୁର ର ଏଲ.ଜୟନ୍ତୀ ଙ୍କ ଠାରୁ.ସେ ମଙ୍ଗଳବାର ବିଡ଼ିଓ ବିବେକାନନ୍ଦ ନନ୍ଦ ମିଶ୍ର ଙ୍କୁ ଅଭିଯୋଗ କରି ଗରିବ ମାରଣ ନୀତି ର ତୀବ୍ର ନିନ୍ଦା କରିଛନ୍ତି। ଦୀର୍ଘ ଦିନ ରୁ ଜୟନ୍ତୀ ପରିବାର ସହ ଦୁର୍ବଳ ପ୍ରାୟ ଗୋଟିଏ ବଖରା ଝିକର,ଗୋଟିଏ ବଖରା ଛାତ ଘରେ ରହୁଛନ୍ତି.ସ୍ୱମୀ ପାଗଳ ହୋଇଥିବା ରୁ ଘରେ ନ ରହି ବାହାରେ ବୁଲୁଥିବା ବେଳେ ବଢିଲା ଝିଅ ସହ ଘରେ ରହୁଛନ୍ତି.ଏଥିପାଇଁ ସେ ଆବାସ ଯୋଜନା ରେ ଘର ଯୋଗେଇ ଦେବାକୁ ପ୍ରଶାସନ ନିକଟରେ ଆବେଦନ ମଧ୍ୟ ଜଣେଇଛନ୍ତି.କିନ୍ତୁ ଏ ଯାବତ କୌଣସି ସୁଫଳ ମିଳୁ ନଥିବା ହେତୁ କ୍ଷୋଭ ପ୍ରକାଶ କରିଛନ୍ତି.ଏ ପରିସ୍ଥିତି ରେ ଗତ ଶୁକ୍ରବାର ଦିନ ରାତି ନଅ ଟା ସମୟ ରେ ଘର ଛାତ ପଡି ଅଳ୍ପକେ ମରଣ ମୁହଁ ରୁ ବର୍ତ୍ତୀ ଯାଇଛନ୍ତି ମା ଝିଅ.ଏହା ପ୍ରଶାସନ ର ଗୁରୁତର ବିଫଳତା କୁ ସୁଚାଉ ଥିବା ବେଳେ ସାଧାରଣ ଜନତା ଏଥିରେ ପ୍ରଭାବିତ ହେଉଛନ୍ତି। ଦୁର୍ଭାଗ୍ୟଜନକ ଭାବେ ପେନେଲ ରେ ଜୟନ୍ତୀ ଙ୍କ ନାମ ଥାଇ ମଧ୍ୟ ଏହା କୁ ଆକ୍ରୋଶ ମୂଳକ ଭାବେ କାଟି ଦିଆ ଯାଇଥିବା ଅଭିଯୋଗ କରିଛନ୍ତି ଯାହା ତଦନ୍ତ ସାପେକ୍ଷ.ଏ ସମ୍ପର୍କ ରେ ବିଡ଼ିଓ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଦାବି ସହ ଏହାର ନକଲ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କ ନିକଟକୁ ପ୍ରଦାନ କରାଯାଇଛି.ଏ ନେଇ ରେ ବିଡ଼ିଓ ବିବେକାନନ୍ଦ ମିଶ୍ର ଙ୍କୁ ଯୋଗାଯୋଗ କରିବାରୁ ଲିଷ୍ଟ ରେ ନାମ ଥାଇ କଟିଥିବା ସ୍ୱୀକାର କରି ରାଜ୍ୟ ସ୍ତର ରୁ ଏ ସମସ୍ୟା ହୋଇଥିବା କହି ଯୋଡିବାକୁ ସମ୍ପୃକ୍ତ ବିଭାଗ କୁ ଜଣେଇ ଦିଆଯାଇ ଥିବା ପ୍ରକାଶ କରିଛନ୍ତି.


