ଚମ୍ପେଶ୍ୱର ଗ୍ରାମର ରାସ୍ତା ପାଲିଟିଛି ମରଣଯନ୍ତା

ନାଉଗାଁ (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡ଼ାଂଶ ପଞ୍ଚାୟତର ଚମ୍ପେଶ୍ୱର ଗ୍ରାମର ମୁଖ୍ୟ ରାସ୍ତା ପାଲିଟିଛି ମରଣଯନ୍ତା  | ରାସ୍ତା ର ଉଭୟ ପାର୍ଶ୍ଵରେ ପାଣି ଥିବାରୁ , କଂକ୍ରିଟ ରାସ୍ତା ଟି ଫାଟି ଆଁ କରିଛି | ଏହି ରାସ୍ତାଟି ଖଇରା ବସ୍ତ ଗ୍ରାମଦେଇ ଚାମ୍ପେଶ୍ୱର ଗ୍ରାମକୁ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତାଟି ଅତି ଶୋଚନୀୟ ହୋଇଯାଇଛି । ଯାହାକୁ ନେଇ ଗାଁ ର ମହିଳା ମାନେ ରାସ୍ତାକୁ ଓଲ୍ହାଇ ପ୍ରତିବାଦ କରିବା ପାଇଁ ବାଧ୍ୟ୍ୟ ହେଲେ | ସୂଚନା ମୁତାବକ ଏହି ରାସ୍ତାଟି ଦୁଇଟି ପଞ୍ଚାୟତର ନୂଆଗାଁ ଓ ଘୋଡ଼ାଂଶ ର ଏହି ଗାଁ ଟି ଶେଷରେ ଅବସ୍ଥିତ | ଏହି ଗାଁ ପ୍ରତି କେଉଁ ପଞ୍ଚାୟତର ଦରଦ ନ ଥିବା ଭଳି ଜଣାପଡୁଛି | ବ୍ଲକ ପ୍ରଶାସନ ଚାହିଁଲେ ଏହି ଗ୍ରାମ ରାସ୍ତା ସୁଧୁରି ପାରନ୍ତା ବୋଲି ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ୩୦ ରୁ ଉର୍ଦ୍ଧ ଦସ୍ତଖତ ସମ୍ବଳିତ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳ ଙ୍କୁ ଦେଇଛନ୍ତି | ଖୁବ ଶୀଘ୍ର ତଦନ୍ତ କରି , ରାସ୍ତା କାମ କରାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି | ଏଥିରେ ଉର୍ମିଳା ପାଢୀ , ପ୍ରିୟଦର୍ଶିନୀ ଦାସ, ସସ୍ମିତା ପାଢୀ , ବିଜୟଲକ୍ଷ୍ମୀ ମହାନ୍ତି , ଭାରତୀ ଦାସ, ରେଣୁବାଳା ଦାସ , ବିଦୁଲତା ଦାସ , ଶର୍ମିଷ୍ଠା ଦାସ , ରୁଦ୍ର ତାପସ ଦାସ ପ୍ରମୁଖ ଏକତ୍ରିତ ହୋଇ ଦାବିପତ୍ର ଦେଇଥିଲେ  |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ